ମହାପ୍ରଭୁଙ୍କୁ ଦର୍ଶନ କରିସାରି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ସକାଳେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ଓ ତାଙ୍କ ପରିବାର ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ବାର ନିକଟରେ ସ୍ବାଗତ କରିଥିଲେ ଗଜପତି ଦିବ୍ୟସିଂହ ଦେବ ।
ପରେ କୌଳିକ ସେବାୟତ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ନେଇ ଦର୍ଶନ କରାଇଥିଲେ । ଶ୍ରୀମନ୍ଦିର ଭିତରେ ମା’ ବିମଳା ଓ ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ ସପତ୍ନୀ ରାଷ୍ଟ୍ରପତି ଦମ୍ପତି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାପ୍ରଭୁଙ୍କ ଫଟୋ ଚିତ୍ରକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାପ୍ରଭୁଙ୍କ ଉଦେଶ୍ୟ ରେ ୧ ଲକ୍ଷ ଟଙ୍କା ଚେକ୍ ଆକାରରେ ଶ୍ରୀମନ୍ଦିର ପ୍ରଶାସନକୁ ଦାନ ସୂତ୍ରରେ ପ୍ରଦାନ କରିଛନ୍ତି ।
ଏହାପରେ ତାଳବଣିଆ ହେଲିପ୍ୟାଡ୍ରୁ କୋଣାର୍କ ଅଭିମୁଖେ ଯାତ୍ରା କରି ୧୧.୨୫ରେ କୋଣାର୍କ ହେଲିପ୍ୟାଡ ଠାରେ ଅବତରଣ କଲା ପରେ କଡା ସୁରକ୍ଷା ବଳୟରେ ରାଷ୍ଟ୍ରପତି ଙ୍କୁ ସୂର୍ଯ୍ୟ ମନ୍ଦିର ପରିସରକୁ ଅଣାଯାଇଥିଲା ସେଠାରେ ତାଙ୍କୁ ସ୍ବାଗତ କରାଯିବା ପରେ ଆଗରୁ ପ୍ରସ୍ତୁତ ହୋଇ ରଖାଯାଇଥିବା ବ୍ୟାଟାରି ଚାଳିତ ଗାଡ଼ିରେ ସୂର୍ଯ୍ୟ ମନ୍ଦିର ଚତୃ ପାର୍ଶ୍ୱ ବୁଲି ମନ୍ଦିର ର ସୁକ୍ମ ଜୀବନ୍ତ ମନଲୋଭା ପଥରରେ ଖୋଦିତ କାରୁକାର୍ଯ୍ୟ କୁ ମହାମହିମ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଉପଭୋଗ କରିଥିଲେ ପରେ ରାଷ୍ଟ୍ରପତି ଦମ୍ପତି ଓ ତାଙ୍କ ପରିବାର ସୂର୍ଯ୍ୟ ମନ୍ଦିର ର ଚକ ନିକଟରେ ଫଟୋ ଉଠାଇଥିଲେ ସେଠାରୁ । ସେ ଆଇଓସିଏଲ ବାଖ୍ୟାନ ପରିଦର୍ଶନ କରି ।
୧୨ଟା ୪୦ ମିନିଟରେ କୋଣାର୍କ ଯାତ୍ରୀନିବାସରେ ରେ ପହଁଚି ସେଠାରେ ଓଟିଡିସି ଦ୍ୱାରା ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ କରିଥିଲେ ,ଯେଉଁଥିରେ ରାଷ୍ଟ୍ରପତି ଙ୍କୁ ସଂପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଯଥା ଡେରାଡୁନ ଚାଉଳରେ ଭାତ ,ଡାଲମା ,କଖାରୁ ଫୁଲ ପିଠାଉ ବରା ,ଖଙ୍ଗା ବେସର ,ଚେକେନ୍ କବାକ ,ଖାସି ମାଂସ କରି ,ଶାଗ ଭଜା , ସିନ୍ତୁଳା , ଛେନା ତରକାରୀ ,ଛେନା ପୋଡ଼ ଓ ରସଗୋଲା ଆଦି ୨୫ ପ୍ରକାର ବ୍ୟଞ୍ଜନ ରେ ରାଷ୍ଟ୍ରପତି ଙ୍କୁ ଆପ୍ୟାୟିତ କରାଯାଇଥିଲା ପରେ ମହାମହିମ ସେଠାରେ ଆଗରୁ ପ୍ରସ୍ତୁତ କରି ରଖାଯାଇଥିବା ସ୍ବତନ୍ତ କୋଠରୀରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବିଶ୍ରାମ କରିଥିଲେ ।ପରେ ସେଠାରୁ କଡ଼ାସୁରକ୍ଷା ବଳୟ ଭିତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କ ହେଲିପ୍ୟାଡରେ ପହଂଛି ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ , ମହାମହିମ ରାଷ୍ଟ୍ରପତି ଙ୍କ ସହ ଓଡିଶା ର ମହାମହିମ ରାଜ୍ୟ ପାଳ ପ୍ରଫେସର ଗଣେସି ଲାଲ ,ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ପୁରୀ ଓ କୋଣାର୍କ ଗ୍ରସ୍ତ କରିଥିଲେ ।ରାଷ୍ଟ୍ରପତି ଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ପୁରୀ ଓ କୋଣାର୍କରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କୁ ପୁରୀ ଏସ୍ପି କେ ଵିଶାଲ ସିଂ ଙ୍କ ନେର୍ତ୍ତୃତ୍ୱରେ କଡାକଡି କରାଯାଇଥିଲା ।
Comments are closed.