Odisha news

ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳନ 

ବେଲଗୁଣ୍ଠା କଳିଆଗୁଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳନ ହୋଇଛି ଶତବାର୍ଷିକୀ ଉତ୍ସବ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଗଂଜାମ ଜିଲ୍ଲାପାଳ ଯୋଗ ଦେଇଥିବା ବେଳେ ସଂମ୍ମାନୀତ ଅତିଥିଭାବେ ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ଭାବେ କାର୍ଯ୍ୟକରୁଥିବା ଡ଼ଃ.ଗୋପବନ୍ଧୁ ଦାସ ଯୋଗ ଦେଇଥିଲେ।ସ୍ଥାନୀୟ ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ,ବେଲଗୁଣ୍ଠା ବିଡ଼ିଓ,ତହସିଲଦାର ସରପଞ୍ଚ,ଶିକ୍ଷକ ଶିକ୍ଷୟିତ୍ରୀ,ଅବିଭାବକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟ କ୍ରମ ରେ ଉପସ୍ଥିତ ରହିଥିଲେ।
୧୯୧୫  ମସିହାରେ ସ୍ଥାପିତ ବିଦ୍ୟାଳୟଟିରେ ବହୁ ଛାତ୍ରଛାତ୍ରୀ ପାଠ ପଢା ସାରି ବହୁ ସ୍ଥାନରେ କୃତିତ୍ୱ ଅର୍ଜନ କରିଛନ୍ତି।ବର୍ତମାନ ଏଠି ୨୫୦ ଜଣ ଶିକ୍ଷାର୍ଥୀ ପାଠ ପଢ଼ୁଥିବା ବେଳେ  ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଷ୍ଠାପର ଭାବେ ଶିକ୍ଷାଦାନ କରୁଥିବାରୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି।ଆଜି ବିଦ୍ୟାଳୟରେ ଶତ ବାର୍ଷିକୀ ଉତ୍ସବରେ ଯୋଗ ଦେଇ ଜିଲ୍ଲାପାଳ କହିଛନ୍ତି ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କ ପାଠପଢା ପ୍ରତି ଅଧିକ ଗୁରୁତ୍ତ୍ୱ ଦିଆଯିବ।ପିଲାଙ୍କ ପାଇଁ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସର ସୁବିଧା କରାଯିବ ତାହା ସହ ଆଜି ଏକ ଉଦ୍ୟାନ ମଧ୍ୟ ଉଦଘାଟନ କରାଯାଇଛି।ସମସ୍ତେ କୋଭିଡ ନିୟମ ମାନି ଏଠାରେ ଜମା ହୋଇଥିବାରୁ ପରିଚାଳନା କମିଟି କୁ ଧନ୍ୟବାଦ ଜଣାଇଛନ୍ତି।
Govt

Comments are closed.