Odisha news

ଆପଣ କେବେ ଓଲଟା ମୁଣ୍ଡ ଥିବା ବ୍ୟକ୍ତି ଦେଖିଛନ୍ତି କି ? ଯାହାର ଦୃଢ ମନୋବଳ ତାଙ୍କୁ ଦୀର୍ଘ 44 ବର୍ଷ ପର୍ଯ୍ୟନ୍ତ ବଞ୍ଚାଇ ରଖିଛି

ଥରେ ଥରେ ଦୁନିଆରେ ଏମିତି କିଛି ଘଟଣା ସାମ୍ନାକୁ ଆସେ ଯାହାର ପ୍ରେରଣା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଯାଏ l ଏଭଳି ଏକ ଘଟଣା ସାମ୍ନା କୁ ଆସିଛି , ବ୍ରାଜିଲର ଜଣେ  ଦିବ୍ୟାଙ୍ଗ ବ୍ୟକ୍ତି ତାଙ୍କ ମନୋବଳ ଓ ସାହସ ପାଇଁ ସାରା ଦୁନିଆରେ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛନ୍ତି l

ଘଟଣାଟି ଘଟିଛି ବ୍ରାଜିଲରେ l  ଜଣେ ବ୍ୟକ୍ତି ଓଲଟା ମୁଣ୍ଡରେ ଜନ୍ମ ହେଲେ କିନ୍ତୁ ଡାକ୍ତର କହିଥିଲେ ଏହି ବ୍ୟକ୍ତି ଜଣଙ୍କ 24 ଘଣ୍ଟାରୁ ଅଧିକ ବଂଚି ପାରିବେ ନାହିଁ l କିନ୍ତୁ ଡାକ୍ତରଙ୍କ ଅନୁମାନକୁ ଭୁଲ ପ୍ରମାଣ କରି ବ୍ୟକ୍ତି ଜଣଙ୍କ 44 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି l ଏହି ବ୍ୟକ୍ତିଙ୍କର ଇଚ୍ଛାଶକ୍ତି ଦୃଢ ଯୋଗୁ ଆଜି ସେ ସାରା ଦୁନିଆରେ ପରିଚିତ ହୋଇସାରିଲେଣି l

ଏହି ବ୍ୟକ୍ତିଙ୍କ ନାମ କ୍ଲାଉଡିଓ ଭେରା ଦେ ଅଲିଭେରା l ବ୍ରାଜିଲର ମୋଣ୍ଟେ କାର୍ଲୋରେ ଜନ୍ମଗ୍ରହଣ କରିଥିବା ଏହି ବ୍ୟକ୍ତିଙ୍କ ମୁଣ୍ଡ ଏବଂ ସମଗ୍ର ଶରୀର ଦେଖିଲେ ଅଦ୍ଭୁତ ଲାଗେ  | ମୁଣ୍ଡ ଓଲଟପାଲଟ ହୋଇ ଶିଶୁର ପୁରା ଶରୀର ମଧ୍ୟ ଅଙ୍କା ବଙ୍କା  ଦେଖା ଯାଉଛି l  ଡାକ୍ତର ମାନଙ୍କୁ ମଧ୍ୟ ଲାଗୁଥିଲା ଏହି ବ୍ୟକ୍ତି ଜଣଙ୍କ ବେଶି ସମୟ ବଞ୍ଚି ପାରିବେ ନାହିଁ l

ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କ୍ଲାଉଡିଓ ଭେରା ଦେ ଅଲିଭେରା ବର୍ତ୍ତମାନ ଏକ ଆକାଉଣ୍ଟାଣ୍ଟ କାମ କରୁଛନ୍ତି ଓ ମୋଟିଭେସନଲ ବକ୍ତା ଭାବରେ ପାଚିତ ଅଟନ୍ତି l ଅଲିଭେରାଙ୍କ ମାଆଙ୍କ କହିବା ଅନୁସାରେ ସେ ତାଙ୍କ ପୁଅକୁ ଜନ୍ମରୁ ଅନ୍ୟ ପିଲାମାନଙ୍କୁ ଯେଉଁଭଳି ଭାବରେ ଦେଖୁଥିଲେ ତାଙ୍କୁ ସମାନ ଭରେ ସ୍ନେହ କରୁଥିଲେ ଓ ତାଙ୍କୁ ବଞ୍ଚିବା ପାଇଁ ପୁରା ଆଜାଦି ଦେଇଥିଲେ l

ଅଲିଭେରା ଯେତେବେଳେ ଜନ୍ମ ହୋଇଥିଲେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା ଓ ଡାକ୍ତର ତାଙ୍କ ମାଙ୍କୁ ପରାମର୍ଶ ଦେଇଥିଲେ ତାଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ ସେ ବେଶିଦିନ ବଞ୍ଚି ରହି ପାରିବେ ନାହିଁ l ଅଲିଭେରା କେବଳ ସ୍କୁଲ ନୁହେ ୟୁନିଭେର୍ସିଟି ପର୍ଯ୍ୟନ୍ତ ପାଠପଡିଚନ୍ତି ଓ ବର୍ତମାନ  ଆକାଉଣ୍ଟାଣ୍ଟ ମଧ୍ୟ ଅଛନ୍ତି l

ଅଲିଭେରା ଟିଭି ଦେଖନ୍ତି, ଫୋନ୍ ମଧ୍ୟ ବ୍ୟବହାର କରନ୍ତି  ଏବଂ  ସମସ୍ତ କାର୍ଯ୍ୟ କରନ୍ତି ଯାହା ଜଣେ ସାଧାରଣ ବ୍ୟକ୍ତି କରେ | ଅଲିଭେରା ଆଜି ଲୋକଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ହୋଇସାରିଛନ୍ତି l ଅଲିଭେରାଙ୍କ ସଫଳତାରେ ତାଙ୍କ ପରିବାର ବହୁତ ଖୁସିରେ ଅଛନ୍ତି l

Comments are closed.