Odisha news

୧୦ମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରବେଶକୁ ସ୍ୱାଗତ

ଡେଲାଙ୍ଗ- ବିଶ୍ୱ ମହାମାରୀ କୋଭିଡ-୧୯ଦ୍ୱିତୀୟ ଲହରୀ କଟକଣା ଯୋଗୁଁ ଦିର୍ଘ ୭ମାସ ହେଲା ସ୍କୁଲ,କେଲେଜ ବନ୍ଦ ହେତୁ ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ଘୋର ବ୍ୟାଘତ ହୋଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ସମଗ୍ର ଓଡିଶାରେ ୧୦ମ ଓ ଦ୍ୱାଦଶ ଶ୍ର୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ସ୍କୁଲ ,କଲେଜ ଖୋଲା ଯାଇଅଛି । ଏହି ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଘୋରଡିଆ ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର୍ରଛାତ୍ରୀ ମାନଙ୍କୁ ପୂରାତନ ଛାତ୍ରଛାତ୍ରୀ,ଏସଏମଏସ କମିଟି,ଶିକ୍ଷକ ଶକ୍ଷୟତ୍ରୀ ମାନଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପ୍ରବେଶକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ବିଦ୍ୟାଳୟ ପରିସରକୁ ସମ୍ପୁର୍ଣ୍ଣ ସାନଟାଇଜେସନ ଓ ସୌନ୍ଦର୍ଯ୍ୟକରଣ କରାଯାଇ ବ୍ୟାନର ,ଫ୍ଲାଗ,ପ୍ଲା କାର୍ଡ ,ଫୁଲମାଳରେ ସୁସଜ୍ଜିତ କରାଯାଇଥିଲା । ବିଦ୍ୟାଳୟ ପ୍ରବେଶ ପୁର୍ବରୁ କୋଭିଡ ନିୟମ ପାଳନ କରି ଛାତ୍ରଛାତ୍ରୀଙ୍କୁ ଥର୍ମାାଲ ସ୍କିନିଙ୍ଗ ଓ ହାତକୁ ସାନଟାଇଜ ପରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ମାସ୍କ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡାଙ୍କ ଅଧ୍ୟକ୍ଷତା କରିବା ସହ ଚଳିତବର୍ଷର ପାଠପଢା ଖସଡା ସହିତ କୋଭିଡ ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଗୋବର୍ଦ୍ଧନ ବରାଳ,ସୁରେନ୍ଦ୍ର ନାଥ ସେଠୀ,ଚିତ୍ତରଜଂନ ରାଉତରାୟ,କୁନ୍ତଳା ବିଶ୍ୱାଳ,ମମତା ବେହେରା ,ସହଦେବ ମଲ୍ଲିକ,ରାକେଶ କୁମାର ପ୍ର୍ରଧାନ,ସୀତାକାନ୍ତ ରାଉତରାୟ,ଅରବିନ୍ଦ ବେହେରା,ନିଳାମ୍ବର ନାୟକ ,ସୁରେଶ କୁମାର ରାଉତ ଏବଂ ଏସଏମଏସ କମିଟିର ସଭାପତି ମହନ୍ତ ନିଶଙ୍କ ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରିଥିଲେ । ଡେଲାଙ୍ଗରେ ବିଭିନ୍ନ ସ୍କୁଲ ଓ କଲେଜରେ ଆଜି ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହ କୋଭିଡ ଗାଇଡ ଲାଇନ ଅନୁଯାୟୀ ଅନୁ ପ୍ରବେଶ କରାଯାଇଥିଲା । ଦିର୍ଘଦିନ ପରେ ବିଦ୍ୟାଳୟ ଖୋଲିଥିବାରୁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଛନ୍ତି ।

Comments are closed.