Odisha news

ଶହେ ବର୍ଷର ବୈଶିଙ୍ଗା ଡାକ୍ତରଖାନା, ଯଥା ପୂର୍ବ ତଥା ପରଂ

ବୈଶିଙ୍ଗା : ସାଧାରଣ ନାଗରିକ ର ମୌଳିକ ଅଧିକାର ଶିକ୍ଷା ଓ ସ୍ବାସ୍ଥ୍ଯ। ଏହି ଦୁଇଟି ଠିକ୍ ରହିଲେ ସୁସ୍ଥ ସମାଜ ଗଠନ ହୋଇ ପାରିବା ସଙ୍ଗେ ସଙ୍ଗେ ସୁ ନାଗରିକଟିଏ ତିଆରି ହୋଇ ପାରିବ। ଦେଶ ସ୍ବାଧୀନ ହେବା ପରଠାରୁ କେନ୍ଦ୍ର ଓ ରାଜ୍ଯ ସରକାର ଶିକ୍ଷା ଓ ସ୍ବାସ୍ଥ୍ଯ କୁ ଅଗ୍ରାଧିକାର ଦେଉଥିବାର ଡିଣ୍ଡିମ ପିଟୁଛନ୍ତି ସତ, ମାତ୍ର ଉନ୍ନତ୍ତିର ମୂଳଦୁଆ ପଡୁନାହିଁ। ସ୍ବାସ୍ଥ୍ଯ ବିଭାଗ କୁ ବିଚାର କୁ ନିଆଗଲେ ଶୁଣିବାକୁ ମିଳେ ଡାକ୍ତର ଅଭାବ। ଏତେ ମେଡିକାଲ କଲେଜ ଖୋଲାଯାଉଛି ହେଲେ ପାସ୍ କରୁଥିବା ଡାକ୍ତର କୁଆଡେ ଯାଉଛନ୍ତି। ସବୁ ଡାକ୍ତରଖାନା ରେ ଏମ ବି ବି ଏସ୍ ଙ୍କ ସ୍ଥାନରେ ଆୟୁଷ୍ ଡାକ୍ତର କାର୍ଯ୍ୟ କରୁଛନ୍ତି। ଠିକା ନର୍ସ ଙ୍କ ଦ୍ବାରା ରୋଗୀ ସେବା ଚାଲୁଛି। ଡାକ୍ତର, ନର୍ସ ଙ୍କ ପାଇଁ କ୍ବାଟର ନାହିଁ, ରୋଗୀଙ୍କ ପାଇଁ ବେଡ୍ ନାହିଁ, ଭିତ୍ତିଭୂମି ଅଭାବରୁ ଡାକ୍ତର ବାରଣ୍ଡା ରେ ରୋଗୀ ସେବା କରୁଛନ୍ତି। ବୈଶିଙ୍ଗା ଡାକ୍ତରଖାନା ଏହାର ଜ୍ବଳନ୍ତ ଉଦାହରଣ ମାତ୍ର।ସ୍ଥାପନାର ଶହେ ବର୍ଷ ହେବାକୁ ବସିଛି ଏହି ଆଜବେଷ୍ଟସ୍ ଛପର ଡାକ୍ତରଖାନା। କେବଳମାତ୍ର ପ୍ରସୂତୀ ଗୃହ ଟିଏ ୨୦୦୦ମସିହାର ତତ୍କାଳୀନ ସାଂସଦ ଖାରବେଳ ସ୍ବାଇଁ ଙ୍କ ହାତ ପାଣ୍ଠି ରୁ ନିର୍ମିତ ହୋଇଥିଲା। ଏହା ବ୍ୟତୀତ ନା ଅଛି ରୋଷେଇ ଘର, ନା ଅଛି ଦୁର୍ଘଟଣା ୟୁନିଟ୍, ନା ଅଛନ୍ତି ଶିଶୁ ବିଶେଷଜ୍ଞ, ପ୍ରସୂତୀ ବିଶେଷଜ୍ଞ ଏବଂ ଭେଷଜ ବିଶେଷଜ୍ଞ ଡାକ୍ତର। ଡାକ୍ତରଖାନା ପରିବେଶ କଥା କହିଲେ ନସରେ। ଏଠାରେ ସୁଇପର ମଧ୍ଯ ଡ୍ରେସିଂ ଷ୍ପେଷାଲିଷ୍ଟ। ଡାକ୍ତରଖାନା ବାଉଣ୍ଡରୀ ନ ଥିବାରୁ ଗୋରୁଗାଈ ଙ୍କ ଚରାଭୂଇଁ ପାଲଟିଛି ପରିସର। ସାଂସଦ, ବିଧାୟକ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
Govt

Comments are closed.