Odisha news

ମିଷ୍ଟର୍‌ ରାଇଟ୍‌ ସନ୍ଧାନରେ ୧୦ ଥର ବିବାହ

0

ଆମେରିକାରେ ରହୁଥିବା ସେସୀ ନାମ୍ନୀ ମହିଳା ୧୦ ଥର ବାହା ହୋଇଛନ୍ତି । ଜଣଙ୍କ ସହ ସେ ସର୍ବାଧିକ ୮ ବର୍ଷ ଓ ଅନ୍ୟ ଜଣଙ୍କ ସହ ସର୍ବନିମ୍ନ ୬ ମାସ ଦାମ୍ପତ୍ୟ ଜୀବନ ବିତାଇଛନ୍ତି । ଏବେ ଯାହାଙ୍କ ସହ ସେ ରହୁଛନ୍ତି ଅର୍ଥାତ ତାଙ୍କ ୧୦ମ ସ୍ୱାମୀଙ୍କ ସହ ଖୁବ୍‌ଶୀଘ୍ର ସେ ସମ୍ପର୍କ ତୁଟାଇବେ । ଏକ ଇଣ୍ଟରଭୁ୍ୟରେ ତାଙ୍କୁ ପଚରାଯାଇଥିଲା – ଆପଣ କହୁଛନ୍ତି ୧୦ ଜଣଙ୍କୁ ବାହା ହୋଇ ଗର୍ବ ଅନୁଭବ କରୁଛନ୍ତି କିନ୍ତୁ କେବେ ଏ ନେଇ ନିଜକୁ ପରିହାସ କରନ୍ତିନି ? ସେସୀ କହିଲେ – କେବେ କେବେ ହସ ଓ କାନ୍ଦ ଉଭୟ ଆସିଥାଏ । ମୋତେ କୌଣସି ଫରକ୍‌ ପଡ଼େ ନାହିଁ କି ମୁଁ କେତେ ଥର ବାହା ହେଉଛି । ସେପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବି ଯେପର୍ଯ୍ୟନ୍ତ ଉଚିତ୍‌ ସାଥୀ (ମିଷ୍ଟର୍‌ ରାଇଟ୍‌) ନ ମିଳିବେ । ଆମେରିକା ଭଳି ଦେଶରେ ଏହା ସାଧାରଣ କଥା । ପରଫେକଫ ପାର୍ଟନର ଖୋଜିବା ଅଧିକାର ସମସ୍ତଙ୍କର ଅଛି ।

Leave A Reply