Odisha news

ବିଶ୍ୱର କିଛି ଶୁଣି ନଥିବା ନିୟମ :  ନୀଳ ଜିନ୍ସ ପିନ୍ଧିବା ଦ୍ୱାରା ହୋଇଥାଏ ଜେଲ ଦଣ୍ଡ , ବିବାହ କଲେ ଦେବାକୁ ପଡିଥାଏ ଜୋରିମାନା

0

ନୂଆଦିଲ୍ଲୀ : ଏହି ବିଶ୍ୱ ବ୍ରହ୍ମାଣ୍ଡ ରେ ଯେଉଁସବୁ ଦେଶ ରହିଛି ସେମାନଙ୍କ ଅଲଗା ଅଲଗା ନିୟମ ରହିଛି l ମାନ୍ୟତା ଓ ପରମ୍ପରା ଅନୁସାରେ କାନୁନ ବା ନିୟମ ସରକାର କରି ଥାଆନ୍ତି l ଯାହାକୁ ମାନିବା ପାଇଁ ଲୋକେ ବାଧ୍ୟ ହୋଇ ଯାଆନ୍ତି l ଆଜି ଆସନ୍ତୁ ଜାଣିବା ବିଶ୍ୱର ସେହିଭଳି କିଛି ନିୟମ ବିଷୟରେ l

– ପେନସିଲ – ଟ୍ୟୁନେସିଆ ରେ ପେନସିଲ ଉପରେ ପ୍ରତିବନ୍ଧକ ଲାଗିଛି l କେହି ଜାଣି ନାହାନ୍ତି ଏହା ପଛର କାରଣ କଣ ? କିନ୍ତୁ ଏଠାରେ ଯଦି ଆପଣ ପେନସିଲ ଅଧିକ ବ୍ୟବହାରେ କରିବେ କିମ୍ବା ଆଣିବେ ତେବେ ଜେଲ ମଧ୍ୟ ହୋଇପାରେ l ଏଠାକୁ ପେନସିଲ ରାପ୍ତାନି ଉପରେ ବ୍ୟାନ ଲାଗିଛି l

– ବଲ ପଏଣ୍ଟ ପେନ – ୱେଷ୍ଟ ଆଫ୍ରିକାର ଦେଶ ନାଇଜେରିଆ ରେ ବଲ ପଏଣ୍ଟ ପେନ ଉପରେ ବ୍ୟାନ ଲାଗିଛି l ପେନ ର ରିଫିଲ ଇମ୍ପୋର୍ଟ ଉପରେ ମଧ୍ୟ ବ୍ୟାନ ଲଗାଯାଇଛି l

– ମୁଲେଟ ହେୟାର ଷ୍ଟାଇଲ – ୧୯୯୦ ଦଶକ ରେ ଭାରତର ବଲିଉଡ କଳାକାର ସଞ୍ଜୟ ଦତ୍ତ , ଅକ୍ଷୟ କୁମାର ଓ ଶାହରୁଖ ଖାନ ମୁଲେଟ ହେୟାର ଷ୍ଟାଇଲ ରଖି ଥିବାର ଦେଖିବାକୁ ମିଳିଥିଲା l କିନ୍ତୁ ଇରାନ ରେ ଏହି ହେୟାର ଷ୍ଟାଇଲ ଉପରେ ପ୍ରତିବନ୍ଧକ ଲାଗିଛି l ଯଦି ଏଭଳି ହେୟାର ଷ୍ଟାଇଲ କିଏ ରଖିଥାଏ ତେବେ ତାକୁ ଲଣ୍ଡା କରିଦିଆ ଯାଇଥାଏ l

– ବିବାହ – ଆମେରିକା ଭଳି ବିକଷିତ ଦେଶରେ ମଧ୍ୟ ଏଭଳି ଅଦ୍ଭୁତ ନିୟମ ଲାଗୁ ହୋଇଛି l ଏଠାକାର ଗୋଟିଏ ରାଜ୍ୟ ରେ ବିବାହ ଉପରେ ସମ୍ପୂର୍ଣ ବ୍ୟାନ ଲାଗିଛି l ଆମେରିକାର ନେବ୍ରାସ୍କା ରାଜ୍ୟରେ ଯଦି କୌଣସି ଯୌନ ସଂକ୍ରମିତ ବ୍ୟକ୍ତି ବିବାହ କରିଥାଏ ତେବେ ତାକୁ ଜେଲ ଦଣ୍ଡ ଦିଆଯାଇ ଥାଏ l

– ଲେସ ଯୁକ୍ତ ଅନ୍ତ ବସ୍ତ୍ର – ମହିଳା ମାନଙ୍କ ପାଇଁ ଲେସ ଯୁକ୍ତ ଅନ୍ତ ବସ୍ତ୍ର ତିଆରି ହୋଇଥାଏ l ଯାହାକି ଖୁବ ଗ୍ଲାମରସ ଦେଖା ଯାଇଥାଏ l କିନ୍ତୁ ରୁଷ , ବେଲାରୁଷ ଓ କାଜାକିସ୍ତାନ ରେ ଏଭଳି ଅଣ୍ଡର ଗରମେଣ୍ଟସ ଉପରେ ବ୍ୟାନ ଲାଗିଛି l ଏଥିରେ ମାତ୍ର ୬ ପ୍ରତିଶାତ କଟନ ର ପ୍ରୟୋଗ ହୋଇଥାଏ l ଏହାକୁ ୨୦୧୪ ରୁ ବ୍ୟାନ କରାଯାଇଛି l

– ନୀଳ ଜିନ୍ସ – ଉତ୍ତର କୋରିଆ ନିଜର ଏକ ଛତ୍ରବାଦ୍ ଶାସନ ଯୋଗୁଁ ପ୍ରସିଦ୍ଧ ଅଟେ l ଏଠାରେ ନୀଳ ଜିନ୍ସ ପିନ୍ଧିବା ଉପରେ ବ୍ୟାନ ଲାଗିଛି l କାହିଁକି ନା ନୀଳ ବା ବ୍ଲୁ ଜିନ୍ସ ଆମେରିକା କଲଚର ର ଗୋଟିଏ ଅଂଶ ବୋଲି କୁହା ଯାଇଥାଏ l

– ଲିପ ସିଂଗିଙ୍ଗ – ସାଧାରଣ ଭାବରେ ଯେତେବେଳେ ଆମର କୌଣସି ପ୍ରିୟ ସଂଗୀତ ବାଜଥାଏ ଆମେ ଗୁଣୁଗୁଣୁ ହୋଇ ଲିପ ସିଂଗିଙ୍ଗ କରିଥାଉ l କିନ୍ତୁ ତୁର୍କୀମେନିସ୍ତାନ ରେ ଲିପ ସିଂଗିଙ୍ଗ ଉପରେ ବ୍ୟାନ ଲଗାଯାଇଛି l ୨୦୦୫ ରେ ଏହି ବ୍ୟାନ ଲଗାଯାଇ ଥିଲା l

– କ୍ୟାସୀନ ରେ ଜୁଆ ଖେଳିବା ମନା – ମୋନାକ ରେ ଅନେକ କ୍ୟାସୀନ ରହିଛି l କିନ୍ତୁ ସେହି ଦେଶର ନାଗରିଜ ମାନଙ୍କ ଉପରେ ଜୁଆ ଖେଳିବାରେ ବ୍ୟାନ ଲାଗିଛି  , କିନ୍ତୁ ବିଦେଶୀ ମାନଙ୍କ ଉପରେ ନୁହେଁ l ଜୁଆ ଖେଳିବାକୁ ସେଠାରେ ଗୋଟିଏ ଖରାପ କାର୍ଯ୍ୟ ଭାବରେ ଗ୍ରହଣ କରାଯାଏ l

Leave A Reply