Odisha news

ଟାଙ୍ଗିଆ ଚୋଟରେ ଜଣେ ଗୁରୁତର , ଅଭିଯୁକ୍ତ ଗିରଫ।

0

ତେଲକୋଇ ୮/୯- ତେଲକୋଇ ଥାନା ଅନ୍ତର୍ଗତ ଓରିଆ ବିରିଡା ପଂଚାୟତ ଅଧିନସ୍ଥ ସାପଲାଞ୍ଜି ଗ୍ରାମ ରେ ପୂର୍ବ ସତୃତାକୁ କେନ୍ଦ୍ର କରି ମଙ୍ଗଳବାର ଆକ୍ରୋଶ ମୂଳକ ଭାବେ ଗ୍ରାମ ମଣ୍ଡ ଘର ଠାରେ ଧାରୁଆ ଟାଙ୍ଗିଆ ଚୋଟରେ ମରଣାନ୍ତକ ଆକ୍ରମଣ କରିଥିବାରୁ ଜଣେ ଗୁରୁତର ହୋଇପଡିଛନ୍ତି। ଗୁରୁତର ଜଣକ ହେଲେ ଜମାଲ ଜୁଆଙ୍ଗ (୫୫)। ଘଟଣାନୁଯାୟୀ ଗ୍ରାମ ର ବିଦ୍ୟାଧର ଜୁଆଙ୍ଗ (୫୦) ଏବଂ ଜମାଲ ଜୁଆଙ୍ଗ ୩ ଦିନ ପୂର୍ବରୁ ମଦ୍ୟପାନ କରି ଝଗଡ଼ା କରିଥିଲେ।

ଏଥିରେ ଉତ୍ୟକ୍ତ ବିଦ୍ୟାଧର ଆକ୍ରୋଶ ମୂଳକ ଭାବେ ଆଜି ଏକ ଧାରୁଆ ଟାଙ୍ଗିଆ ରେ ଜମାଲ ଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଜମାଲ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଜମାଲ ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ଯକେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି। ଅଭିଯୁକ୍ତ ବିଦ୍ୟାଧର କୁ ପୋଲିସ ଘଟଣାସ୍ଥଳରୁ ଗିରଫ କରିଛି।

Nalco
Leave A Reply