Odisha news

ଜଳିଗଲା ବେଡିଂ ହାଉସ୍ ୧୦ଲକ୍ଷ ଟଙ୍କାର କ୍ଷତି

ଭୋଗରାଇ-୨୬/୦୬ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଧିନ ଚୌକି ବଜାରସ୍ଥିତ ଏକ ବେଡିଂ ହାଉସ୍ରେ ଗତ ଶୁକ୍ରବାର ମଧ୍ୟରାତି୍ର ସମୟରେ ଅଗ୍ନିକାଣ୍ଡ ଘଟି ୧୦ଲକ୍ଷ ଟଙ୍କାର ଆସବାବ ପତ୍ର ପୋଡ଼ି ଛାରଖାର ହୋଇଯାଇଛି । ଘଟଣାରୁ ପ୍ରକାଶ ଚୌକି ଗ୍ରାମର ବାସିନ୍ଦା ଝଡ଼ି ଓରଫ ରାଧାଶ୍ୟାମ ପ୍ରଧାନଙ୍କ ବେଡ଼ିଂ ହାଉସ୍ରେ ବିବାହ ଋତୁ ନିମନ୍ତେ ମୂଲ୍ୟବାନ ପଲଙ୍କ ,ଗଡ଼ରେଜ, ଆଲମୀରା, ଡ୍ରେସିଂଟେବୁଲ, ଗଦି ସହ ବିଭିନ୍ନ ଫର୍ଣ୍ଣିଚର ଓ ସୌଖିନ ସାମଗ୍ରୀ ରଖିଥିଲେ । ଶୁକ୍ରବାର ରାତିରେ ଗ୍ରାମର କିଛି ଲୋକ ମାଛ ଧରିବାକୁ ଯାଉଥିବା ବେଳେ ଦୋକାନ ଭିତରୁ ଧୂଆଁ ବାହାରିବା ସହ ବାଣଫୁଟିବା ଭଳି ଶବ୍ଦ ଶୁଣି ପାଖପୋଡ଼ଶୀଙ୍କୁ ଡାକିଥିଲେ । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚô ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସବୁକିଛି ପୋଡ଼ି ଛାରଖାର ହୋଇଯାଇଥିଲା । ବିଦୁ୍ୟତ ସଟ୍ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନେ୍ଦହ କରାଯାଉଥିବା ବେଳେ କ୍ଷୟକ୍ଷତିର ପରିମାଣ ୧୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । (ଫଟୋ)

Comments are closed.