ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଚାଂୟତ ଦାଣ୍ଡିସାହି ଗ୍ରାମରେ ହୋଇଥିବା ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରକୁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ପକ୍ଷରି ସହାୟତା ପ୍ରଦାନ କରାଯାଇଛି । ବରିଷ୍ଠନେତା ରାଜକୁମାର ବିଶ୍ୱାଳ, ଯୁବନେତା ପ୍ରଶାନ୍ତ ସ୍ୱାଇଁ, ଦିଲ୍ଲୀପ ବିଶ୍ୱାଳ ପ୍ରମୁଖ ବିପନ୍ନ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ବିଭିନ୍ନ ସାମଗ୍ରୀ ପ୍ରଦାନ କରିଥିଲେ । ସେହିପରି ଧୋୟାଚଂଳ ଅବସର ସେବା ପରିଷଦ ପକ୍ଷରୁ ମଧ୍ୟ ସଭାପତି ନିର୍ମଳ ବିଶ୍ୱାଳ ଓ ସଂପାଦକ ରାଜକୁମାର ବିଶ୍ୱାଳ, ଶିକ୍ଷାବିତ ନିମାଇଁ ମଲ୍ଲିକ , ନାରାୟଣ ବିଶ୍ୱାଳ ପ୍ରମୁଖ ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିଥିଲେ ।