Odisha news

୧୪୯ ନମ୍ବର ଜାତୀୟ ରାଜପଥ ପାଳଟିଛି ମରଣଯନ୍ତା କେବେ ଥମିବ ଦୁର୍ଘଟଣା, କେବେ ନିର୍ମାଣ ହେବ ୪ଥାକିଆ ରାସ୍ତା

talchar

0
ତାଳଚେର :  ଗୋଡ଼ିବନ୍ଧ ଠାରୁ ତାଳଚେର ସହର ମଧ୍ୟଦେଇ ବହ୍ଲର ଦେଇ ଯାଇଥିବା ଜାତୀୟ ରାଜପଥ ପ୍ରାୟ ୧୨କିମି ରାସ୍ତା ପାଳଟିଛି ମରଣଯନ୍ତା । ଏହି ରାସ୍ତାଦେଇ ଦୈନନ୍ଦିନ ହଜାର ହଜାର ସଂଖ୍ୟକ କୋଇଲା, ପାଉଁଶ, ବାଲି, ଇଟା, ମାଟି, ମରମ ବୋଝେଇ ଗାଡ଼ି ଅହରହ ଯାତାୟତ କରିବା ଫଳରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବା ସାଙ୍ଗକୁ ଏଥିନେଇ ବାଇକ, ସାଇକେଲ ଆରୋହୀ ଦୈନନ୍ଦିନ ମୃତାହତ ଘଟଣା ପିଛା ଛାଡ଼ୁନଥିବା ତାଳଚେର ଅଂଚଳବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ ବିଷୟ ନୁହେଁ ତ ଆଉ କ’ଣ ହୋଇପାରେ! ଏଠାରେ କୋଇଲା ଖଣି ସମେତ ଶିଳ୍ପାୟନର ଦୃତ ଅଗ୍ରଗତି ଯୋଗୁଁ ଭାରୀଯାନ ଚଳାଚଳ ସଂଖ୍ୟା ଅହେତୁକ ବୃଦ୍ଧି ପାଇବା ସହ ଜନସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇବାରେ ଲାଗିଛି । ୩୦ବର୍ଷ ପୂର୍ବରୁ ଯେଉଁ ସଂକିର୍ଣ୍ଣ ରାସ୍ତା ନିର୍ମାଣ କରାଯାଇଥିଲା ଆଜି ମଧ୍ୟ ସେହି ସଂକିର୍ଣ୍ଣର୍ ରାସ୍ତାରେ ଏତେଶୟ ଭାରୀଯାନ ଚଳାଚଳ ସମେତ ଛୋଟଯାନ ଠାରୁ ଆରମ୍ଭ କରି ପଥଚାରୀ ପର୍ଯ୍ୟନ୍ତ ଏହି ଏକମାତ୍ର ରାସ୍ତା ଉପରେ ନିର୍ଭର କରିଥାନ୍ତି । ୩୦ବର୍ଷ ପୂର୍ବରୁ ଯେଉଁ ହାରରେ ଯାନବାହାନ ଚଳାଚଳ କରୁଥିଲା ଆଜି ତାର ଛବି ସମ୍ପୂର୍ଣ୍ଣ ଅଲଗା । ସେହି ସମୟରେ ଜନସଂଖ୍ୟା ଓ ଭାରୀଯାନକୁ ନଜରରେ ରଖି ସରକାର ରାସ୍ତା ନିର୍ମାଣ କରିଥିଲେ । ଏହି ଜାତୀୟ ରାଜପଥଟି ସଂକିର୍ଣ୍ଣ ଓ ଭାରୀଯାନ ଚଳାଚଳ ସାଙ୍ଗକୁ ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଜନବସତି ଓ ଜନଗହଳିପୂର୍ଣ୍ଣ ଅଂଚଳ ହୋଇଥିବାରୁ ଯୋଗୁଁ ଦୈନନ୍ଦିନ ଏହି ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ବହୁ ଧନଜୀବନ ଚାଲିଯାଉଥିବା ବେଳେ ଆଉ କେହି ଦୁର୍ଘଟଣାରେ ଅକମର୍ଣ୍ଣ୍ୟ ହୋଇ ବଡ଼ ଦୁଃଖରେ ଜୀବନ ଅତିବାହିତ କରୁଛନ୍ତି । ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧି ଏହି ରାସ୍ତା ଦୁର୍ଘଟଣାରେ ମୃତାହତ ପରିବାର ବ୍ୟକ୍ତିଙ୍କୁ ସମବେଦନ ଜଣାଇବା ସହ କିଛି ଅନୁଦାନ ଯୋଗାଡ଼ କରିଦେଇ ପରବର୍ତୀ ମହୂର୍ତରେ ମୋବାଇଲରେ ଫଟୋ ଉତୋଳନ କରି ଫେସବୁକ୍‌, ଇନଷ୍ଟାଗ୍ରାମରେ ପୋଷ୍ଟ କରି ବାହାବାହା ନେଇଥାନ୍ତି ଓ ଏହି ରାସ୍ତାର ସ୍ଥାୟୀ ପ୍ରତିକାର ନକରି ପରିବର୍ତୀ ସମୟରେ ଘଟାଣକୁ ଏଡ଼ାଇଦେଇ ଚାଲିଥାନ୍ତି । ଏହି ଜାତୀୟ ରାଜପଥ ପାଇଁ ବିଭିନ୍ନ ସଂଗଠନ, ସମାଜସେବୀ ଓ ଅଂଚଳବାସୀ ବାରମ୍ବାର ଜିଲ୍ଳା ପ୍ରଶାସନ, ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ସମସ୍ୟାର ଆପତି ଅଭିଯୋଗ କରୁଥିଲେ ମଧ୍ୟ ନିରାଶ ହେବାସହ ଫଳଶୂନ!
ତାଳଚେର ମଧ୍ୟରେ ଟ୍ରକଟର୍ମିନାଲ, କୋଲକରିଡ଼ର ରାସ୍ତା ପ୍ରାୟତଃ ୧୦ବର୍ଷ ପୂର୍ବରୁ ପରିକଳ୍ପନା, କିନ୍ତୁ ସ୍ଥାନୀୟ ପ୍ରଶାସନ ଏମସିଏଲ କର୍ତୁପକ୍ଷଙ୍କ ସ୍ଥାଣୁତା ନେତାଙ୍କ ଉଦାସୀନତା ଏଦିଗରେ ବାଧକସାଜି ଛିଡ଼ା ହୋଇଛି । ଯାହାର କୁପରିଣାମ ପ୍ରଭାବ ଆଜି ତାଳଚେର ଜନସାଧାରଣ ଭୋଗୁଛନ୍ତି । ଏହି ସମୟ ଭିତରେ ତାଳଚେରର କୋଇଲା ଖଣି ଗୁଡ଼ିକ ଭିତରୁ ସହର ବାହେରେ ଟ୍ରକ ଯିବାକୁ ନା ହୋଇପାରିଲା ଭଲ ରାସ୍ତା ଖଣ୍ଡେ ନା ହୋଇପାରିଲା କୁହାଯାଉଥିବା ଫ୍ଲାଏଓଭରବ୍ରିଜ । ଏନଏଚଆଇ ପକ୍ଷରୁ ଗତ ୨୯/୦୭/୨୦୨୨ ଏହି ଜାତୀୟ ରାଜପଥ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଯାଇଥିଲେ ମଧ୍ୟ ବିଭାଗୀୟ କର୍ତୁପକ୍ଷ ଜମି ଅଧିଗ୍ରହଣରେ ବିଳମ୍ବ ଘଟୁଥିବାରୁ ନିର୍ମାଣ ହେବାକୁ ଥିବା ଏହି ୪ଥାକିଆ ଜାତୀୟ ରାଜପଥରେ ବାଧକ ସାଜିଥିବା କୁହାଯାଉଛି । ଏଠାରେ ଉଲ୍ଲେଖ ଯୋଗ୍ୟଯେ, ଏହି ଜାତୀୟ ରାଜପଥ କଡ଼ରେ ରହିଥିବା ଘରୋଇ ଜମି ମାଳିକଙ୍କୁ ଏନଏଚଆଇ ପକ୍ଷରୁ ନୋଟିସ୍ କରିଥିଲେ । ମାତ୍ର ବର୍ତମାନ ସୁଦ୍ଧା ସେମାନଙ୍କୁ କ୍ଷତି ପୂରଣ ରାଶି ପ୍ରଦାନ କରାଯାଇ ନଥିବାରୁ ରାସ୍ତାକାର୍ଯ୍ୟରେ ବିଳମ୍ବ ହେଉଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ତେବେ ଏହାକୁ ତ୍ୱରାନ୍ୱିତ କରିବା ଦାୟୀତ୍ୱ କାହାର!
ଶିଳ୍ପନଗରୀରେ ତାଳଚେର ଅଂଚଳରେ ବେକାରୀ ସମସ୍ୟା ବୃଦ୍ଧିକୁ ନେଇ ଉଦବେଗ
ତାଳଚେର ତା  ପୂର୍ବେ ତାଳଚେର ଅଂଚଳ ଏକ କୃଷି ପ୍ରଧାନ ଅଂଚଳ ହୋଇଥିଲା । ମାତ୍ର ଏବେ ଏହି ଅଂଚଳଟି ଶିଳ୍ପନଗରୀ ଭାବେ ପରିଗଣିତ । ଏହି ଅଂଚଳରେ ଚିରୋ ସ୍ରୋତା ବ୍ରାହ୍ମଣୀ ନଦୀ ସାଙ୍ଗକୁ ଏକାଧିକ କୋଇଲା ଖଣି ରହିଥିବାରୁ ଏହାକୁ ଆଖି ଆଗରେ ରଖି ତାଳଚେର ସମେତ ଏହାର ଆଖପାଖ ଅଂଚଳରେ ପ୍ରବଳମାତ୍ରାରେ ଛୋଟବଡ଼ ଶିଳ୍ପକାରଖାନାମାନ ମୁଣ୍ଡ ଟେକିଛି । ଏହି ତାଳଚେର ଅଂଚଳରେ ଦଶଟି କୋଇଲା ଖଣି ରହିଥିବା ବେଳେ ଏନଟିପିସି, ଟିଟିପିଏସ୍‌, ନାଲକୋ, ଜିନ୍ଦଲ, ବିନ୍ଦଲ ଭଳି ରାଷ୍ଟ୍ରାଉଦ୍ୟେଗ କମ୍ପାନୀ ଗଢ଼ି ଉଠିଥିଲେ ମଧ୍ୟ ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜା ସମେତ ପ୍ରଭାବିତ ଅଂଚଳବାସୀଙ୍କୁ ଉକ୍ତ କମ୍ପାନୀ ଗୁଡ଼ିକରେ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବା ପରିବର୍ତେ ସିଧାସଳଖ ଏମାନଙ୍କୁ ଉପେକ୍ଷା କରିବା କେତେ ଯୁକ୍ତିଯୁକ୍ତ । ସରକାରଙ୍କ ଖଣି, ଖାଦାନ କମ୍ପାନୀ ଗୁଡ଼ିକେରେ ୯୦ଭାଗ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବା କଡ଼ାକଡ଼ି ନିୟମ ରହିଥିଲେ ମଧ୍ୟ କମ୍ପାନୀ ଏହାକୁ ବେଖାତିର କରି ବାହାର ରାଜ୍ୟରୁ ୯୦ଭାଗ ବେକାରୀଙ୍କୁ ନିଯୁକ୍ତି ଦେଉଥିବା ବେଳେ ମାତ୍ର ଆଖି ଦୃଶିଆ କିଛି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଏଠାରେ ଦିଆଯାଉଛି । ତେବେ ରାଜ୍ୟ ସରକାର ମହିଳା ସଶକ୍ତିକରଣ କଥା କହୁଥିବା ବେଳେ ଶିକ୍ଷିତ ବେକାର ଯୁବତୀମାନଙ୍କୁ ଆଦୌ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉ ନଥିବା ଘଟଣା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଭୋକାଲ ଫୋର ଲୋକାଲ! ଯୁବପିଢ଼ୀଙ୍କ ବୃହତ ସ୍ୱାର୍ଥକୁ ଧ୍ୟାନଦେଇ ଖଣି ଓ କଳକାରଖାନା ମଧ୍ୟରେ କାର୍ଯ୍ୟରତ କମ୍ପାନୀ ଗୁଡ଼ିକର ସର୍ଭିସ୍ ରେଜିଷ୍ଟର ତଦନ୍ତ ହେଲେ ଜଣାପଡ଼ିବ ସେଠି କେତେ ଜଣ ଯୁବକ, ଯୁବତୀ ଖଣି ପ୍ରଭାବିତ ଓ ବିସ୍ଥାପିତ ଅଂଚଳରୁ ନିଯୁକ୍ତି ପାଇଛନ୍ତି ।
ସ୍ଥାନୀୟ ବେକାର ଯୁବକ, ଯୁବତୀଙ୍କ ପାଇଁ ସରକାର ପ୍ରତ୍ୟେକ ଜିଲ୍ଳା ଓ ଉପଖଣ୍ଡରେ ସ୍ୱତନ୍ତ୍ର ନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକୃତ କରି ଚାକିରୀ ଦେବାର ନିୟମ ରହିଛି । ସେହିଭଳି ତାଳଚେର ସାଉଥବଲଣ୍ଡା ଠାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିୟୋଜନ କାର୍ଯ୍ୟାଳୟ ଖୋଲାଯାଇଛି ।
ଏହି କାର୍ଯ୍ୟାଳୟରେ ହାତ ଗଣତି କେତେ ଜଣ ଅଧିକାରୀ ରହି କାର୍ଯ୍ୟ କରିଥାନ୍ତି । ମାତ୍ର ଏହି କାର୍ଯ୍ୟାଳୟ ଉପରେ ବେକାର ଯୁବକ, ଯୁବତୀମାନେ ନାମ ପଞ୍ଜିକୃତ କଲେ ମଧ୍ୟ ଫଳ କିଛି ନମିଳିବାରୁ ବର୍ତମାନ ଯୁବପିଢ଼ୀ ଆସ୍ଥା ହରାଇ ମୁହଁ ଫେରାଇ ନେଇଥାନ୍ତି । ବାପା ମା’ ପୁଅ ଓ ଝିଅଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବହୁ ପରିଶ୍ରମ କରି ଜମିବାଡ଼ି ବିକ୍ରିକରି ଚାକିରୀ ଆଶାରେ ଶିକ୍ଷିତ କରିଥାନ୍ତି । ପୁଅ, ଝିଅ ପାଠପଢ଼ି ସାରିଲେ ଏଠାରେ ଚାକିରୀ ନମିଳିବାରୁ କିଛି ବାହାର ରାଜ୍ୟକୁ ଚାଳିଯାଉଥିବା ବେଳେ ଆଉ କିଛି ଚାକିରୀ ନପାଇବାରୁ ମାନିସିକ ସନ୍ତୁଳନ ହରାଇ ଅବାଟରେ ଚାଲିଯାଉଥିବା ଏହା ତାଳଚେର ପାଇଁ ଅଭିଶପ୍ତ । ଏଠାରେ ଅନେକ ଗୁଡ଼ିଏ ଖଣିଖାଦାନ ରହିଥିବା ସତ୍ୱେ ସ୍ଥାନୀୟ ଅଂଚଳବାସୀ ପ୍ରଚୁର ଧୂଳିଧୂଆଁ ଖାଇ ଦେଶର ପ୍ରଗତି ପାଇଁ ନିଜର ଶହଶହ ବର୍ଷର ଭିଟ୍ଟାମାଟି ଚିରୋଦିନ ପାଇଁ ହରାଇ ତ୍ୟାଗ କରୁଥିଲେ ମଧ୍ୟ ତାର ପ୍ରତିଦାନ ଓ ମୌଳିକ ଅଧିକାରରୁ ବଂଚିତ କରାଯାଉଥିବା ଦୁର୍ଭାଗ୍ୟଜନକ ନୁହେଁ ତ ଆଉ କ’ଣ ହୋଇପାରେ! ତେବେ ଏଠାରେ ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ? ତେବେ ବେଳ ଥାଉଥାଉ ସାବଧାନ ନହେଲେ ଆଜି ଯୁବପିଢ଼ୀ କାଲିର ଭବିଷ୍ୟତ ପଥଭ୍ରଷ୍ଟ ହୋଇ କେତେ ଯେ, କ୍ଷୟକ୍ଷତି କରିବେ ତାହା ଆଗାମୀ ଦିନର ସମୟ ହିଁ କହିବ ବୋଲି କୁହାଯାଉଛି ।

Leave A Reply