Odisha news

ସହିଦଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ

0
ସାକ୍ଷୀଗୋପାଳ ତା ୨୭|୪ ଚଳିତ ମାସ ୨0 ତାରିଖ ରେ ଜମ୍ମୁ କାଶ୍ମୀର ପୁଞ୍ଜରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସତ୍ୟବାଦୀ ବ୍ଲକ ଖଣ୍ଡାୟତ ସାହି ଗ୍ରାମର ୨୮ ବର୍ଷୀୟ ଯୁବକ ଦେବାଶିଷ ବିଶ୍ୱାଳ ଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ସହିଦଙ୍କ ପରିବାରଙ୍କୁ ବିଧାୟକ ଉମାକାନ୍ତ ସାମନ୍ତରାୟ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରି ସମବେଦନା ଜ୍ଞାପନ କରିଛନ୍ତି | ଏଥି ସହିତ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ପ୍ରାୟୋଜିତ କ୍ରମେ ଭୁବନେଶ୍ୱର ସ୍ଥିତ କଳିଙ୍ଗ କମରସିଆଲ କମ୍ପାନୀ ଲିମିଟେଡ଼ ର ସାଧାରଣ ପରିଚାଳକ (ଏଚଆର ଓ ଆଡମିନ)ଅକ୍ଷୟ ପାଲ ଓ ନିର୍ଦେଶକ (ଅର୍ଥ)ମନୋଜ ରଞ୍ଜନ ସାମଲ ପ୍ରମୁଖ ସହିଦ ଙ୍କ ପରିବାରଙ୍କୁ ଭେଟି ସେମାନଙ୍କର ସୁଖ ସମୃଦ୍ଧି କାମନା କରି ସମବେଦନା ଜଣାଇବା ସହିତ ୫ ଲକ୍ଷ ଟଙ୍କାର ସହାୟତା ରାଶି ଚେକ ପ୍ରଦାନ କରିଛନ୍ତି | ଏହି ସହାୟତା ରାଶି ୫ ଲକ୍ଷ ଟଙ୍କା ମଧ୍ୟରୁ ୨.୫ ଲକ୍ଷ ଟଙ୍କା ସହିଦ ଙ୍କ ବାପା ପ୍ରତାପ ବିଶ୍ୱାଳ, ବୋଉ ମମତା ବିଶ୍ୱାଳ ଏବଂ ସାନଭାଇ ଦେବପ୍ରସାଦ ବିଶ୍ୱାଳଙ୍କୁ ପ୍ରଦାନ କରିଛନ୍ତି | ସେହିପରି ଅବଶିଷ୍ଟ ୨.୫ ଲକ୍ଷ ଟଙ୍କା ସହିଦଙ୍କ କନ୍ୟା ନିମନ୍ତେ ତାଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ନାୟକ ଓରଫ ବିଶ୍ୱାଳଙ୍କୁ ପ୍ରଦାନ କରିଥିଲେ | ଏହି ସହାୟତା ରାଶି ପ୍ରଦାନ  ଅବସରରେ  ସତ୍ୟବାଦୀ ବ୍ଲକ ଅଧକ୍ଷ ସୁନିଲ କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟ, ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ଯୁବ ସଭାପତି ଶରତ କୁମାର ରାଉତରାୟ, ସରପଞ୍ଚ ଦୁଃଶାସନ ପ୍ରଧାନ,ଚିନ୍ମୟ ରାଉତ,ସରସ୍ବତୀ ପ୍ରଧାନ, ସମିତି ସଭ୍ୟ ପୁଷ୍ପାଞ୍ଜଳି ବିଶ୍ୱାଳଙ୍କ ସହିତ ଗ୍ରାମବାସୀ, ଗ୍ରାମ୍ୟ  ସ୍ବେଚ୍ଛାସେବୀ  ପ୍ରଶାନ୍ତ ବିଶ୍ୱାଳ, ଯଯାତି କେଶରୀ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ | କଳିଙ୍ଗ କମରସିଆଲ କମ୍ପାନୀ ପକ୍ଷରୁ ପରିଚାଳକ (ଏଚଆର)ଅରୁନ୍ଧତ ଚୌଧୁରୀ,ଏଚଆର ଅପରାଚିତା ରାୟ, ସୁନିତା ରାଉତ, ସୁଶ୍ରୀ ସଂଗୀତା ମହାପାତ୍ର, ଶ୍ଵେତା ଦାସ ଓ ପ୍ରିୟଙ୍କା ପ୍ରମୁଖ ସହିଦଙ୍କ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇଥିଲେ

Leave A Reply