ବିବାହିତ ପୁରୁଷଙ୍କ ପାଇଁ ୱଡିଙ୍ଗ୍ ଅଫର୍
ପାକିସ୍ତାନ : ପାକିସ୍ତାନର ବହାୱଲପୁରରେ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ୱଡିଙ୍ଗ୍ ଅଫର୍ ରହିଛି । ଏହା କେବଳ ଦ୍ୱିତୀୟ, ତୃତୀୟ ବା ଚତୁର୍ଥ ବିବାହରେ ଇଚ୍ଛୁକ ଥିବା ପୁରୁଷଙ୍କ ପାଇଁ । ବହାୱଲପୁରରେ ଖୋଲିବାକୁ ଥିବା ବିବାହ ମଣ୍ଡପ ବିବାହିତ ପୁରୁଷଙ୍କୁ ଏପରି ଅଫର୍ ଦେଉଛି । ଦ୍ୱିତୀୟ ବିବାହରେ ୫୦%, ତୃତୀୟ ପାଇଁ ୭୫% ଓ ଚତୁର୍ଥ ବିବାହ କଲେ ରିସେ«ନ୍ ଫ୍ରି । ମଣ୍ଡପ ମାଲିକ ଏହା ପଛରେ ଏକ ସର୍ତ୍ତ ରଖିଛନ୍ତି । ଏହି ଭିଡିଓ ପାକିସ୍ତାନୀ ସାମ୍ବାଦିକ ଟ୍ୱିଟରରେ ସେୟାର କରି କ୍ୟାପ୍ସନ୍ରେ ଏହି ଅଫର୍ ବିଷୟରେ ଲେଖିଛନ୍ତି । ମଣ୍ଡପ ମାଲିକଙ୍କ କହିବା ଅନୁସାରେ ଯଦି ପ୍ରଥମ ବିବାହରେ ରିହାତି ଦିଆଯାଉଛି ତେବେ ଦ୍ୱିତୀୟ ବା ଏକାଧିକ ବିବାହରେ କାହିଁକି ଦିଆଯାଇପାରିବ ନାହିଁ ? ସର୍ତ୍ତ ହେଉଛି ପ୍ରଥମ ପନିୀ ନିଜେ ହଲ୍ ବୁକ୍ କରିବାକୁ ପଡ଼ିବ । ଏହି ଅଫର୍ ପରେ ବିବାହ ମଣ୍ଡପ ପାଖରେ ଅନେକ ବୁକିଙ୍ଗ୍ ହେଉଛି ।
