Odisha news

ବିଡିଓଙ୍କୁ ଭେଟିଲେ ରିଲିଫ୍ ରୁ ବଞ୍ଚିତ ବନ୍ୟା ବିପନ୍ନ

0

ତିହିଡି, (ଯଦୁମଣି ପାଣିଗ୍ରାହୀ ) : ତିହିଡି ବ୍ଲକ ଦୌଲତପୁର ପଞ୍ଚାତ ଅଧିନ ମାଲପୁର ଗାଁର ଜଣେ ବନ୍ୟା ବିପନ୍ନ ରିଲିଫ୍ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବିପନ୍ନ ସୁକାନ୍ତ ସେଠୀ ବିଡିଓଙ୍କୁ ଭେଟି ଅଭିଯୋଗ କରିବା ସହିତ ତଦନ୍ତ କରି ତୁରନ୍ତ ରିଲିଫ୍ ଯୋଗାଇ ଦେବାକୁ ଦାବି କରିଛନ୍ତି । ସୁକାନ୍ତଙ୍କ ଅଭିଯୋଗ ମୁତାବକ ଏହି ପଞ୍ଚାୟତର ସରପଞ୍ଚଙ୍କ ଜରିଆରେ ରେସନ୍ କାର୍ଡ ପିଛା ୫୦ କିଲୋଗ୍ରାମ ·ଉଳ ଓ ୫ ଶହ ଟଙ୍କା ପ୍ରଦାନ କରାଯାଉଛି । ତଦନୁଯାୟୀ ସୁକାନ୍ତ ରିଲିଫ୍ ଆଣିବାକୁ ଯାଇଥିବା ବେଳେ ତାଙ୍କୁ ୨ ଶହ ଟଙ୍କା ଓ ୨୫ କିଲୋଗ୍ରାମ ·ଉଳ ଦିଆଯାଇଥିଲା ମାତ୍ର ସେ ଏହା ଗ୍ରହଣ କରିନଥିଲେ ।

ସୁକାନ୍ତଙ୍କ ଅଭିଯୋଗକୁ ଭିତ୍ତିକରି ବୁଧବାର ପୂର୍ବାହ୍ନରେ ବିଡିଓ ବସନ୍ତ କୁମାର ସାହାଣି ତାଙ୍କୁ ସମ୍ପୂର୍ଣ୍ଣ ରିଲିଫ୍ ଯୋଗାଇ ଦେବାପାଇଁ ନିଦେ୍ର୍ଦଶ ଦେଇଥିଲେ ମାତ୍ର ସୁକାନ୍ତ ଯେତେବେଳେ ସରପଞ୍ଚଙ୍କୁ ଭେଟିଥିଲେ ସେ ମନା କରିଥିବା ସୁକାନ୍ତ ଅଭିଯୋଗ କରିଛନ୍ତି । ତୁରନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ରିଲିଫ୍ ଯୋଗାଇ ଦିଆନଗଲେ ସେ ସପରିବାର ବ୍ଲକ ପରିସରରେ ଅନଶନରେ ବସିବେ ବୋଲି ସୁକାନ୍ତ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସରପଞ୍ଚ ସୁବାଶିନୀ ନାୟକଙ୍କୁ ପ·ରିବାରୁ ସୁକାନ୍ତଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସୁକାନ୍ତଙ୍କ ପରିବାର ମଧ୍ୟରେ ତାଙ୍କ ବାପା ଓ ସାନଭାଇଙ୍କୁ ସଠିକ୍ ଭାବେ ରିଲିଫ୍ ପ୍ରଦାନ କରାଯାଇଥିବା କହିଛନ୍ତି । କୌଣସି ପରିସ୍ଥିତିରେ ତାଙ୍କୁ ୨ ଶହ ଟଙ୍କା ଓ ୨୫ କିଲୋଗ୍ରାମ ·ଉଳ ଦିଆଯିବାକୁ ଉଦ୍ୟମ କରାଯାଇନଥିବା କହିବା ସହିତ ବ୍ଲକ ପ୍ରଶାସନର ହିସାବ ଅନୁଯାଇ ରିଲିଫ୍ ଯୋଗାଇ ଦିଆଯାଉଛି ବୋଲି ଶ୍ରୀମତୀ ନାୟକ ପ୍ରକାଶ କରିଛନ୍ତି ।

Nalco
Leave A Reply