ତିହିଡି,୧୭ ।୦୫:ଆଜି ଭଦ୍ରକ ଜିଲ୍ଲାରେ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଆଉ ଏଥିରେ ତିହିଡି ଅଞ୍ଚଳରେ ମଧ୍ୟ ଜଣେ କରୋନା ପଜିଟିଭ ରହିଥିବା ସୂଚନା ମିଳିଛି । ଉକ୍ତ ବ୍ୟକ୍ତିଜଣଙ୍କ ସୁରଟରୁ ଫେରି ତିହିଡି ହାଇସ୍କୁଲ କ୍ୱାରେଣ୍ଟାଇନରେ ରହୁଥିଲେ । ତାଙ୍କ ଘର ସ୍ଥାନୀୟ ହରିପୁର ଗାଁରେ ହୋଇଥିବାରୁ ଏହି ଗାଁର ୨୦ ଓ ୨୧ ନମ୍ବର ୱାର୍ଡକୁ ଆଜି ଭାଟପଡା ସରପଞ୍ଚଦିନ ୧୨ ଠାରୁ ୧୯ ତାରିଖ ଦିନ ୧୨ଟା ଅର୍ଥାତ ୪୮ ଘଣ୍ଟା ଯାଏଁ ସଟଡାଉନ ଘୋଷଣା କରିଛନ୍ତି ।

ସେହିପରି ତିହିଡି ବଜାରକୁ ମଧ୍ୟ ଆଜି ଦିନ ୧୨ଟା ଠାରୁ ସନ୍ଧ୍ୟା ୭ଟା ଯାଏଁ ସଟଡାଉନ ଘୋଷଣା କରାଯାଇଥିଲା । ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢୁଥିବା ବେଳେ କୋଳକତା, ସୁରଟ ଓ ମହାରାଷ୍ଟ୍ରରୁ ପ୍ରବାସୀଙ୍କ ଆଗମନ ବି ଜାରି ରହିଛି । ଏମାନଙ୍କର ଏଠାରେ ଅବାଧ ମିଳାମିଶାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ଏଭଳି ପଦକ୍ଷେପ ନେଇଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here