ଭୁବନେଶ୍ୱର : ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୮୬ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି । ଏମାନଙ୍କ ଭିତରୁ ୪୬ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିବା ଜଣାଯାଇଛି। ଆଜି ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୬ଜଣଙ୍କ ମଧ୍ୟରୁ ୩୭ଜଣ ପଶ୍ଚିମବଙ୍ଗ ଫେରନ୍ତା, ଜଣେ ତେଲେଙ୍ଗାନା ଫେରନ୍ତା , ୪ଜଣ ସଂଯୁକ୍ତ ଆରବ ଏମିରେଟ୍ ଫେରନ୍ତା ଓ ଛତିଶଗଡ଼ ଏବଂ ହରିଆନାରୁ ଜଣେ ଲେଖାଏଁ ଫେରିଛନ୍ତି ।
ଭଦ୍ରକର ୩ଜଣଯାକ ମହାରାଷ୍ଟ୍ରରୁ ଫେରିଥିବା ବେଳେ ନୟାଗଡ଼ର ୬ଜଣଯାକ ସୁରତ ଫେରନ୍ତା। ଖୋର୍ଦ୍ଧାରୁ ଚିହ୍ନଟ ୩ ଆକ୍ରାନ୍ତଙ୍କ ଭିତରୁ ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଦୁଇଜଣ ସ୍ଥାନୀୟ ଲୋକ ଅଛନ୍ତି।କଟକର ୧୧ ଜଣଙ୍କ ଭିତରୁ ୪ ପଶ୍ଚିମବଙ୍ଗ ଫେରନ୍ତା, ୩ ଗୁଜୁରାଟ ଫେରନ୍ତା ୨ ତେଲେଙ୍ଗାନା ଫେରନ୍ତା ଓ ଜଣେ ତାମିଲନାଡ଼ୁ ଫେରନ୍ତା ଓ ଜଣେ ସ୍ଥାନୀୟ ଲୋକ ବୋଲି ଜଣାଯାଇଛି। ବାଲେଶ୍ବରର ୫ ଜଣଙ୍କ ମଧ୍ୟରୁ ୪ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ତେଲେଙ୍ଗାନା ଫେରନ୍ତା । କେନ୍ଦୁଝରର ୩ଜଣଯାକ ପଶ୍ଚିମବଙ୍ଗ ଫେରନ୍ତା ଥିବା କୁହାଯାଇଛି।ଅପରପକ୍ଷରେ ସୁନ୍ଦରଗଡ଼ର ଚହ୍ନଟଜଣକ ସ୍ଥାନୀୟ ଲୋକ ବୋଲି ଜଣାଯାଇଛି। ପୁରୀରୁ ଚିହ୍ନଟ ୩ ଆକ୍ରାନ୍ତଙ୍କ ଭିତରୁ ୨ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ଗୁଜୁରାଟ ଫେରନ୍ତା ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୮୯ରେ ପହଞ୍ଚିଛି। ତେବେ ୩୯୩ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି। ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି ।
