ସହାୟତା ଦିନ ମଜୁରିଆଙ୍କ ସହାୟତା ପାଇଁ ପଦକ୍ଷେପ ନେଇଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସେ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କହିଛନ୍ତି, ଦଏହି ଶ୍ରମିକମାନଙ୍କୁ ମାଗଣାରେ ରାଶନ ଯୋଗାଇବା ପାଇଁ ନିଜ ଆର୍ଟ ୱର୍କ ନିଲାମ କରିବେ । ଯଦି ଆମେ ଅନ୍ୟକୁ ସାହାଯ୍ୟ ନ କରିବା ତାହେଲେ କ’ଣ ଆମେ ଭଲ । ମୋ କଳା ମୋ ପାଇଁ ସୁରକ୍ଷିତ ସ୍ଥାନ । ଏହା ମୋ ବିଚାରକୁ କାର୍ଯ୍ୟରେ ଲଗାଇବାରେ ସାହାଯ୍ୟ କରିବା ସହ ମୋତେ ଖୁସି ଦେଇଥାଏ । ଆର୍ଟ ମୋ ପାଇଁ ଶାନ୍ତି ଓ ଖୁସି ଆଣିଥାଏ । ଖୁସି ଯାହା ମୁଁ ଅନ୍ୟମାନଙ୍କ ପାଇଁ ଆଣିବାକୁ ଚାହୁଁଛି ଯେଉଁମାନଙ୍କ ପାଇଁ ଲକ୍‌ଡାଉନ୍‌ ଏକ ଖରାପ ସ୍ୱପ୍ନ ଭଳି । ସ୍କେଚ୍‌ ନିଲାମରୁ ମିଳିବାକୁ ଥିବା ଟଙ୍କାରେ ଶ୍ରମିକଙ୍କୁ ରାଶନ ଦିଆଯିବ । ଯେକୌଣସି ଆର୍ଟ ପସନ୍ଦ ହେଲେ ତାହାକୁ ଘରକୁ ଆଣନ୍ତୁ ଓ ଦୟାକରି ଆର୍ଟର ଯନି ନେବେ । ଭଲ କାମ ପାଇଁ ନିଲାମୀ । ମୁଁ ଫ୍ୟାନକାଇଣ୍ଡ ସହ ଟିମ୍‌ ତିଆରି କରିଛି ଯାହା ମୋ କଳାକୁ ନିଲାମ ଓ ଶ୍ରମିକଙ୍କୁ ରାଶନ କିଟ୍‌ ଦେବାରେ ସାହାଯ୍ୟ କରିବ ।

LEAVE A REPLY

Please enter your comment!
Please enter your name here