ହାଇଦ୍ରାବାଦ,୭ା୯(ଏଜେନ୍ସି): ବିଶ୍ୱ ଚାମ୍ପିଅନ୍ ପିଭି ସିନ୍ଧୁ ଉବେର କପ୍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଖେଳିବା ନେଇ ସୂଚନା ଦେଇଛନ୍ତି । ସପ୍ତାହକ ପୂର୍ବରୁ ସିନ୍ଧୁ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରୁ ଓହରିଯାଇଥିଲେ । ସିନ୍ଧୁ ଉବେର କପ୍ର ଦଳଗତ ଇଭେଣ୍ଟରେ ଭାଗ ନେବେ । ସୋମବାର ଭାରତୀୟ ବ୍ୟାଡ଼ମିଣ୍ଟନ ସଂଘ ସଭାପତି ହିମୋଙ୍ଗ ବିଶ୍ୱ ଶର୍ମା ସଟଲର ସିନ୍ଧୁଙ୍କ ସହ କଥା ହୋଇଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ସିନ୍ଧୁ ଉବେର କପ୍ ଖେଳିବା ନେଇ ସହମତି ପ୍ରକାଶ କରିଥିଲେ । ପୂର୍ବରୁ ସିନ୍ଧୁ ଚଳିତ ମାସ ୨୭ ଓ ୨୮ ତାରିଖରେ ନିଜର ବ୍ୟକ୍ତିଗତ କାମ ଥିବା ଦର୍ଶାଇ ପ୍ରତିଯୋଗିତାରୁ ଓହରି ଯାଇଥିଲେ । ସେ ଦେଶ ପାଇଁ ପ୍ରତିନିଧିତ୍ୱ କରିବାକୁ ଯାଉଥିବାରୁ ଖୁସି ଥିବା ଜଣାଇଛନ୍ତି । ହିମନ୍ତ ସାର୍ଙ୍କସହ କଥା ହେବା ପରେ ଟିମ୍ ଇଣ୍ଡିଆ ପାଇଁ ଖେଳିବି ବୋଲି ସିନ୍ଧୁ କହିଛନ୍ତି । ସେପେଫମ୍ବର ୧୭ରେ ଭାରତୀୟ ଦଳ ଚୂଡାନ୍ତ ହେବ ।
