Odisha news

ଜିଗ୍ନିପୁର ବଳଦେବଜୀଉ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
ନିଶ୍ଚିନ୍ତକୋଇଲି (Debendra Sarangi): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବଳଦେବଜୀଉ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ପଂଚୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏହି ଖେଳର ମୁଖ୍ୟ ଲକ୍ଷ ଗ୍ରାମାଞ୍ଚଳ ର ପ୍ରତିଭା ମାନଙ୍କୁ ବାଛି ଓଡିଶା କ୍ରିକେଟ ଟିମ ଆସୋସିଏସନ ଜରିଆରେ ମାଗଣାରେ କୋଚିଂ ବ୍ୟବସ୍ତା , ରହିବା ,ଖାଇବା ବ୍ୟବସ୍ତା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏଥରେ ମୁଖ୍ୟ ବକ୍ତା ଭାବେ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି, ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଉପସଭାପତି ଅଶୋକ କୁମାର ଓଝା,ଟ୍ରଷ୍ଟି ଧୀରେନ୍ଦ୍ର ବେହେରା,ଗିରିସରଞ୍ଜନ ମହାପାତ୍ର,ସରପଞ୍ଚ ତିଳୋତମା ରାଉତ, ଜିଲାପରିଷଦ ସଭ୍ୟା ସବିତା ସାମଲ, ଗୀତାଞ୍ଜଳି ପଣ୍ଡା,ବିସିଏ ମ୍ୟାନେଜର ଜ୍ଞାନରଞ୍ଜନ ରାଉତ, ଜ୍ୟୋତିରଞ୍ଜନ ସ୍ୱାଇଁ, ଜ୍ୟୋତିରେଖା ନାୟକ, ସୁଭଦ୍ରା ଦାଶଙ୍କ ସମେତ ବିସିଏ କ୍ରିକେଟ ଆସୋସିଏସନ ର କର୍ମକର୍ତ୍ତା ମାନେ ଯୋଗଦାନ କରି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।
Nalco
Leave A Reply