Odisha news

କୋରନା କଟକଣା ପାଇଁ ଫିକା ପଡ଼ିଲା ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ପୀଠର ସ୍ୱର୍ଣାଖେତ୍ର ଦିବସ।

0

ନିଶ୍ଚିନ୍ତକୋଇଲି ( ଦେବେନ୍ଦ୍ର ଷଡ଼ଙ୍ଗୀ ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଅଚ୍ୟୁତାନନ୍ଦ ପୀଠ ରେ ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ  ସ୍ଵ ନକ୍ଷେତ୍ର ଦିବସ ଓ ଅଷ୍ଠପ୍ରହର ନାମ ଯଜ୍ଞ ଅନୁଷ୍ଟିତ ହୋଇ ଥାଏ । ଓଡ଼ିଶା ର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। କୋରୋନା କଟକଣା କୋହଳ ହେବାପରେ ଚଳିତ ବର୍ଷ ସ୍ୱ ନକ୍ଷତ୍ର ଉତ୍ସବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ଏପରିକି ଶ୍ରଦ୍ଧାଳୁ ମାନେ ଏହି ପୀଠକୁ ଦୀର୍ଘଦିନ ପରେ ଦର୍ଶନ ପାଇଁ ଆଶା ରଖିଥିଲେ। କିନ୍ତୁ ଏବେ କରୋନା ପାଇଁ  ନୂତନ କଟକଣା ଲାଗୁ ହୋଇଥିବାରୁ ଗତ କାଲି ସନ୍ଧ୍ୟା ୬ ଟାରୁ ୨୪ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ତିନିଦିନ ଧରି ନେମାଳ ପୀଠ ପରିସରରେ ଶ୍ରଦ୍ଧାଳୁ ଙ୍କ ପାଇଁ ୧୪୪ ଧାରା ଲାଗୁ  କରିଛତ୍ନି ସ୍ଥାନୀୟ ତହସଲଦାର। ଯାହାଫଳରେ ଏଠାରେ କେବଳ ବିଧି ରକ୍ଷା ପାଇଁ ରୀତି କନ୍ତିରେ ପୂଜା କରାଯିବା ସହ କୋଭିଡ୍ ନିୟମ ମାନି ନାମ ସଂକ୍ରିତ୍ତନ୍ କରାଯିବ।  ଶ୍ରଦ୍ଧାଳୁ  ମାନଙ୍କ ପାଇଁ ପୀଠ କୁ ବାରଣ କରାଯାଇଥିବା ବେଳେ ଦୋକାନ ବଜାର ପଡ଼ିପାରିବ ନାହିଁ । ଫଳରେ ଶ୍ରଦ୍ଧାଳମାନେ ଏବର୍ଷ ଦର୍ଶନ ନପାଇ ନିରାଶ ହେବାକୁ ପଡିବ।

Nalco
Leave A Reply