ପୁରୀ,୧୧ା୯ :ପୁରୀ ଜିଲ୍ଲାରେ ଆଜି ପୁଣି ୨୭୯ ନୂତନ ଚିହ୍ନଟ ହୋଇଥିବାବେଳେ ୧୬୪ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇଛନ୍ତି । ଫଳରେ ପୁରୀ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୩୮ରେ ପହଞ୍ଚିଛି । ଅଦ୍ୟାବଧି ଜିଲ୍ଲାରେ,୭୦ ହଜାର ୨୮୫ ନମୁନା ସଂଗ୍ରହ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୮୩୮ଜଣ ପଜିଟିଭି ଚିହ୍ନଟ ହୋଇଥିବାବେଳେ ୪୧୮୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୦ରହିଛି । ମୋଟାମୋଟିଭାବେ ପୁରୀ ଜିଲ୍ଲାରେ ନମୂନା ପରୀକ୍ଷଣରୁ ପଜିଟିଭହାର ୮.୩୦ପ୍ରତିଶତ ଥିବାବେଳେ ସୁସ୍ଥହାର ୭୧.୬୬ପ୍ରତିଶତ ରହିଛି । ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ୨୦୪ ଜଣ ନୂତନ କରୋନା ପଜିଟିଭିଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ପୁରୀ ପୌରାଞ୍ଚଳରେ ୭୫ ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।
ଅନ୍ୟପକ୍ଷରେ କୋଣାର୍କ ଏନ୍ଏସିର ଚିହ୍ନଟ ୪ଜଣ ପଜିଟିଭ, ପିପିଲି ଏନ୍ଏସିର ଚିହ୍ନଟ ୬ ଜଣ ପଜିଟିଭ୍ ଓ ନିମାପଡ଼ା ଏନ୍ଏସିର ଚିହ୍ନଟ ୨୪ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଇତି ମଧ୍ୟରେ ପୁରୀ ଜିଲ୍ଲାରେ ୨୨ ଜଣ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଥିବାବେଳେ ଜିଲ୍ଲାରେ ଆଜି ସୁଦ୍ଧା ୨୫ ଟି କଣ୍ଟେନମେ ଜୋନ୍ ରହିଛିି । କେବଳ ପୁରୀ ମୁ୍ୟନିସପାଲିଟିରେ ୨୦୧୬ଜଣ ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ୫୯୨ଜଣ ସକ୍ରିୟ ସଂକ୍ରମିତ ଚିକିସôାଧିନ ଅଛନ୍ତି ।
ଆଜି ସୁଦ୍ଧା ପୁରୀ ଜିଲ୍ଲାର ପିପିଲି ବ୍ଲକରେ ୩୩୨ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୦୯ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ପୁରୀସଦର ବ୍ଲକରୁ ଚିହ୍ନଟ ୬୨୫ପଜିଟିଭ ମଧ୍ୟରୁ ୧୭୨ ସକ୍ରିୟ ସଂକ୍ରମିତ ଓ ଗୋପ ବ୍ଲକରେ ୨୯୫ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୯୫ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କାକଟପୁର ବ୍ଲକର ଚିହ୍ନଟ ୨୮୮ପଜିଟିଭଙ୍କ ମଧ୍ୟରୁ ୭୧ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଥିବାବେଳେ ନିମାପଡ଼ା ବ୍ଳକରେ ଚିହ୍ନଟ ୪୪୧ପଜିଟିଭଙ୍କ ମଧ୍ୟରୁ ୧୪୧ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଅସ୍ତରଙ୍ଗ ବ୍ଲକରେ ଚିହ୍ନଟ ୨୫୦ଜଣ ପଜିଟିଭଙ୍କ ମଧ୍ୟରୁ ୯୫ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି ।
ସେହିପରି ସତ୍ୟବାଦୀ ବ୍ଲକରେ ୩୪୧ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧୦ଜଣ, ଡେଲାଙ୍ଗ ବ୍ଲକରେ ୧୫୬ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କଣାସ ବ୍ଲକରେ ୩୫୨ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୩ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ବ୍ରହ୍ମଗିରିର ଚିହ୍ନଟ୪୪୦ପଜିଟିଭଙ୍କ ମଧ୍ୟରୁ ୧୦୦ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କୃଷ୍ଣପ୍ରସାଦ ବ୍ଲକରେ ୨୨୮ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୨ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ମୋଟାମୋଟିଭାବେ ଗତ କିଛିଦିନ ଧରି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
