Odisha news

ପର୍ଯ୍ୟଟକଙ୍କ ଉପରୁ ଉଠିଲା କରୋନା କଟକଣା,ଜମିଲାଚନ୍ଦ୍ରଭାଗା ବେଳମାର୍ଗରେ ଭିଡ଼।

0
କୋଣାର୍କ : ଦୀର୍ଘ ୬ମାସ କରୋନା କଟକଣା ସରକାର ଜାରିକରିଥିବାରୁ ବିଶ୍ୱପ୍ରସିଦ୍ଧ କୋଣାର୍କ ଓ ଚନ୍ଦ୍ରଭାଗା ବେଳାଭୂମି କୁ ପର୍ଯ୍ୟଟନ ଙ୍କ ଆଗମନ ଏକ ପ୍ରକାର ଠପ ହୋଇଯାଇଥିଲା ଫଳରେ ଚନ୍ଦ୍ରଭାଗା ବେଳାଭୂମି ପୂରା ଶୂନଶାନ୍ ଓ ଗୁମସୁମ ଥିଲା।ସତେ ଯେପରି ମହାମାରୀ କରୋନା ଚନ୍ଦ୍ରଭାଗାକୁ ଶ୍ରୀହୀନ କରିଦେଇଥିଲା।କିନ୍ତୁ ଅନ୍ ଲକ -୪ରେ ରାଜ୍ୟସରକାରଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାଶନ ପୁରୀ ଓ କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ ଉପରେ କରୋନା କଟକଣା ଗୁରୁବାର ଦିନ ଉଠାଇଦେଇଥିବାରୁ ପୁରୀ ଓ ଚନ୍ଦ୍ରଭାଗା ବେଳାଭୂମି ରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲିଥିବାରୁ  ପର୍ଯ୍ୟଟକ ମାନେ ଅନଲାଇନ ଟିକେଟ କରି ମନ୍ଦିର ବୋଲିବା ସହ ଚନ୍ଦ୍ରଭାଗା କୁ ଯାଇ ସ୍ଵଣ୍ଣଭ ବେଳାଭୁମିର ବାଲୁକା ରାଶିଉପରେ ବସି ଚନ୍ଦ୍ରଭାଗାର ସୌନ୍ଦର୍ଯ୍ୟ ଓ ସମୁଦ୍ରର ନୀଳ ଜଳ ରାଶି କୁ ମନଭରି ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା।ପର୍ଯ୍ୟଟକମାନଙ୍କ ସମାଗମ ହେତୁ ଚନ୍ଦ୍ରଭାଗା ଫୁଣି ଥରେ ହସି ଉଠିଛି,କୋଣାର୍କ ଓ ଚନ୍ଦ୍ରଭାଗାକୁ ଧୀରେଧୀରେ ପର୍ଯ୍ୟଟକ ଆସୁଥିବାରୁ ଏମାନଙ୍କ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଇ ପରିବାର ପ୍ରତି ପୋଷଣ କରୁଥିବା ଫଟୋଗ୍ରାଫର ଓ ବିଭିନ୍ନ ବ୍ୟବସାୟୀ ମାନ ଙ୍କ ଜୀବିକା ନିର୍ବାହ ପାଇଁ ଆଶାର ସଂଚାର ଦେଖାଦେଲାଣି।
Nalco
Leave A Reply