ବାଲିଗୁଡା,23/5 : ସାରା ଦେଶରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି l ଯାହାକି,  କନ୍ଧମାଳରେ ଆକ୍ରାନ୍ତଙ୍କ ସଂଖ୍ୟା 3 ରେ ପହଂଚିଛି  l  ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା  ସ୍ୱାସ୍ଥ୍ୟଅଧିକାରୀଙ୍କ ନିର୍ଦେଶ ପ୍ରକାରେ ଡିଏଚଏଚର  ଚିଠି ସଂଖ୍ୟା- 5777/ 19.3.20 ଅନୁଯାୟୀ କନ୍ଧମାଳରେ କୋଭିଡ 19  ଆକ୍ରାନ୍ତ ଓ ସନ୍ଦେହ ରୋଗୀଙ୍କୁ ସେବା ଶୁଶ୍ରୁଷା ପାଇଁ କନ୍ଧମାଳ  ଜ଼ିଲ୍ଲାର ଛଅ ଗୋଟି ବ୍ଲକ ଯଥା-  ଫୁଲବାଣୀ, ଶଙ୍କରାଖୋଲ, ରାଇକିଆ,ବାଲିଗୁଡା, ଦାରିଙ୍ଗବାଡି ଓ  କୋଟଗଡ ବ୍ଲକର ଛଅ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଭାରତ ଏଜେନସି  ଜରିଆରେ  ନିଯୁକ୍ତି ପ୍ରଦାନ କରାଯାଇଥିଲା l

ସରକାରୀ ନିର୍ଦେଶ ପ୍ରକାରେ ଗୃହତ୍ୟାଗ କରି 57ଜଣ  ଏଏନଏମ ଓ ଷ୍ଟାଫ ନର୍ସ ଦୀର୍ଘ 61ଦିନକାଳ ନିଜ  ଜୀଵନକୁ ବାଜିଲଗାଇ କୋଭିଡ଼ ଯୋଦ୍ଧାଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିବା ଯୋଗୁଁ  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ମୁଖ୍ୟମନ୍ତୀ  ନବୀନ ପଟ୍ଟନାୟକ କୋଭିଡ ଯୋଦ୍ଧା ମାନଙ୍କୁ  ସମ୍ମlନ ଦେଉଛନ୍ତି l ହେଲେ  ଶ୍ରମ କମିଶନର ଡ଼ଃ.ଏନ.ତିରୁମାଲା  ନାୟକଙ୍କ ଚିଠି ସଂଖ୍ୟା 2752/21.3.2020 ଅନୁଯାୟୀ କନ୍ଧମାଳ ରୋଗୀଙ୍କ ସେବାପାଇଁ ଚୁକ୍ତି ଅଵଧି ବୃଦ୍ଧି କରିଥିଲେ l

ଫଳରେ ସ୍ୱାସ୍ଥ୍ୟକର୍ମୀ  ନିଜ ଆତ୍ମୀୟ ସ୍ୱଜନଙ୍କ ସେବାକରିବା ପାଇଁ  ଆଶା ପ୍ରକଟ ମଧ୍ୟ କରିଥିଲେ l କର୍ମଚାରୀଙ୍କ ଦରମା ଶ୍ରମ କମିଶନର ଫଣ୍ଡରୁ  ଏବଂ କୋଭିଡ ଇନସେନଟିଭ  ଫଣ୍ଡରୁ ପାରିଶ୍ରମିକ  ରାଶି ଯୋଗାଇ ଦେବାକୁ ସ୍ଥିରକରାଯାଇଥିଲା, କିନ୍ତୁ କନ୍ଧମାଳ ଜ଼ିଲ୍ଲାରେ କୋରନା  ପଜିଟିଭ 3 ଜଣଙ୍କ ଠାରେ ବାହାରି ଥିଲେ ମଧ୍ୟ ଓଡିଶାର 29 ଜ଼ିଲ୍ଲାରେ  କୌଣସି ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ କରାଯାଇ ନଥିବା ସ୍ଥଳେ କେବଳ କନ୍ଧମାଳ ଜ଼ିଲ୍ଲାରେ ମନମାନୀ କରି  ଚାକିରୀରୁ  ଛଟେଇ  କରାଯାଇଛି ଏବଂ ଦୁଇ ମାସର ପାରିଶ୍ରମିକ  ଦିଆଯାଇ ନଥିବା  ଅଭିଯୋଗ ହେଉଛି l

କୌଣସି କର୍ମଚାରୀଙ୍କୁ କାର୍ଯ୍ୟରୁ ନ ହଟାଇବା  ପାଇଁ  ସରକାରୀ ନିୟମ ଥିବାବେଳେ  ସରକାରୀ ଆଇନ କାନୁନକୁ ଏଠାରେ  ଦଳିମକଚି ଭାଙ୍ଗିଦିଆ ଯାଇଛି l ଏହାକୁ ନେଇ ଜ଼ିଲ୍ଲା ମିଳିତ ନାଗରିକ କମିଟି ଗଭୀର ଉଦବେଗ ପ୍ରକାଶ କରିଛି l    ଛଟେଇ ହୋଇଥିବା ସ୍ୱାସ୍ଥ୍ୟକର୍ମୀ,ଏଏନଏମ, ଷ୍ଟାଫ୍ଫ ନର୍ସ ମାନେ ଜ଼ିଲ୍ଲାପାଳ ଓ ଏସପିଙ୍କୁ  ଭେଟିବା  ପାଇଁ ଦ୍ଵାରସ୍ଥ  ହୋଇଥିଲେ ସୁଦ୍ଧା ସେମାନଙ୍କୁ ଭେଟିବା ପାଇଁ କୁଆଡେ ସୁଯୋଗ ଦିଆଯାଇନ ଥିବା ଅଭିଯୋଗ କରିଛନ୍ତି କର୍ମଚାରୀ l  ଏନେଇ ଛଟେଇ  କର୍ମଚାରୀ ମାନେ ଉଚ୍ଚ ନ୍ୟାୟଳର  ଦ୍ଵାରସ୍ଥ  ହେବେ ବୋଲି କହିଛନ୍ତି l

ଦେଶରେ  କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଆଯାଉଥିବା ବେଳେ  କନ୍ଧମାଳରେ ସ୍ୱାସ୍ଥ୍ୟକର୍ମୀ ବା ଯୋଦ୍ଧାଙ୍କୁ  ଅସମ୍ମାନ କୁ ନେଇ ବିଭିନ୍ନ ମହଲରେ  ଅସନ୍ତୋଷ ଦାନାବାନ୍ଧୁଛି l ଶ୍ରମସଚିବ ଡ଼ଃ.ତିରୁମାଲା ନାୟକଙ୍କ  କଡା  ନିର୍ଦେଶ  ରହିଛି ଯେ  ଏହି  ବିଶ୍ୱ  ମହାମାରୀ  କୋରାନl ଯୁଦ୍ଧ ସମୟରେ କୌଣସି  ସରକାରୀ ଓ ବେସରକାରୀ କର୍ମଚାରୀ ବା  ଶ୍ରମଜୀବିଙ୍କୁ  ଚାକିରୀରୁ ବହିଷ୍କାର କରାଯିବ ନାହିଁ  କୋରାନl ପ୍ରବକ୍ତା  ସୁବ୍ରତ ବାଗଚୀ ମଧ୍ୟ ନିଜ  ସମ୍ଭାଷଣ ରେ ଏ ସମ୍ପର୍କରେ ବାରମ୍ବାର ଦୋହରାଇଛନ୍ତି  l ଏହି ପ୍ରସଙ୍ଗରେ କନ୍ଧମାଳ ଜିଲ୍ଲାର ବରିଷ୍ଠବ୍ୟକ୍ତି  ତଥା ମିଳିତ ନାଗରିକ କମିଟିର ସଭାପତି ଡ଼ଃ.ଅରୂପ କୁମାର  ଜେନା ଓ  ବରିଷ୍ଠ  ବିଜେପି ନେତା କମଳା କାନ୍ତ ପାଣ୍ଡେ  ପ୍ରଶ୍ନ  ଉଠାଇଛନ୍ତି  l ଏନେଇ  ମିଳିତ ନାଗରିକ କମିଟି ଏହାର  ନିରପେକ୍ଷ ତଦନ୍ତ  ସହ  ଛଟେଇ  କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦେବା ତଥା ଚୁକ୍ତି  ଅଵଧି  ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ  ଦାବୀପତ୍ର  ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here