ପ୍ୟାରିସ, ୧୬ା୯ (ଏଜେନ୍ସି) : ବିଶ୍ୱ ଆଥ୍ଲେଟିକ୍ସ ଗଭର୍ଣ୍ଣିଂବଡିର ପୂର୍ବତନ ମୁଖ୍ୟ ଲାମିନେ ଡିଆକ୍ ଦୁର୍ନୀତି ଅଭିଯୋଗରେ ଜେଲ୍ ଯାଇଛନ୍ତି । ରୁଷିଆର ଡୋପିଂ ସ୍କାଣ୍ଡାଲ୍ରେ ସେ ସଂପୃକ୍ତ ଥିବା ପ୍ରମାଣିତ ହେବାରୁ ତାଙ୍କୁ ଦୁଇବର୍ଷ ପାଇଁ ଜେଲ୍ଦଣ୍ଡ ହୋଇଛି । ୮୭ ବର୍ଷୀୟ ଡିଆକ୍ ନିଜ ଭୁଲ୍ ସ ୍ୱ ୀ କ । ର କରିଛନ୍ତି । ଯେଉଁ ଅ । ଥ ୍ େ ଲ ଟ ୍ ଙ୍କ ଡୋପ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଅ । ସୁ ଥ ି ଲ । , ସେମାନଙ୍କ ଠାରୁ ଲାଞ୍ଚ ନେଇ ଖେଳିବା ପାଇଁ ଅନୁମତି ଦେଉଥିଲେ । ଏହା ପ୍ରମାଣିତ ହେବାରୁ ତାଙ୍କୁ ଦୁଇବର୍ଷ ପାଇଁ ଜେଲ୍ଦଣ୍ଡ ଭୋଗିବାକୁ ହେବ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ସମୟରୁ ଡିଆକ୍ଙ୍କ କଳାକାରନାମା ଚାଲି ଆସୁଥିଲା । ଶକ୍ତିବର୍ଦ୍ଧକ ସେବନ କରିଥିବା ଆଥ୍ଲେଟ୍ଙ୍କଠୁ ଡିଆକ୍ ୩.୪୫ ମିଲିୟନ ୟୁରୋ ଲାଞ୍ଚ ନେଇଥିବା ମାନିଥିଲେ । ଏହି ଅର୍ଥକୁ ସେ ଅନ୍ତର୍ଜାତୀୟ ଆସୋସିଏସନ୍ ଅଫ୍ ଆଥ୍ଲେଟିକ୍ସ ଫେଡେରସନ୍ର ଅନ୍ୟ ଅଧିକାରୀଙ୍କୁ ଦେଉଥିଲେ । ୧୯୯୯ରୁ ୨୦୧୫ ପର୍ଯ୍ୟନ୍ତ ବିଶ୍ୱ ଆଥ୍ଲେଟିକ୍ସ ଗଭର୍ଣ୍ଣିଂବଡିର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଥିଲେ । ସେହିଭଳି ଡିଆକ୍ଙ୍କ ପୁଅ ପାପା ମାସାଟା ଡିଆକ୍ଙ୍କୁ କୋର୍ଟ ୫ବର୍ଷ ଜେଲ୍ ଦଣ୍ଡ ସାଙ୍ଗକୁ ୧ ମିଲିୟନ ୟୁରୋ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
