ନୂଆଦିଲ୍ଲୀ, ୪ା୮ (ଏଜେନ୍ସି) : ଇଣ୍ଡିଆନ୍ ପି୍ରମିୟର ଲିଗ୍ (ଆଇପିଏଲ୍)ର ପ୍ରାୟୋଜକରୁ ଚାଇନା ମୋବାଇଲ୍ କମ୍ପାନୀ ଭିଭୋ ଓହରି ଯାଇଛି । ଚଳିତ ବର୍ଷ ୟୁଏଇରେ ହେବାକୁ ଥିବା ସମ୍ମାନଜନକ ଆଇପିଏଲ୍ରେ ଭିଭୋ ଲୋଗୋ ରହିବ ନାହିଁ । ଏ ଦୃଷ୍ଟିରୁ କିଏ ଆଇପିଏଲ୍ର ପରବର୍ତ୍ତୀ ପ୍ରାୟୋଜକ ହେବ, ତାକୁ ନେଇ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ରବିବାର ଆଇପିଏଲ୍ ପରିଚାଳନା ପରିଷଦର ବୈଠକ ହୋଇଥିଲା । ଏହି ବୈଠକରେ ଭିଭୋକୁ ପ୍ରାୟୋଜକ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସୋସିଆଲ୍ ମିଡିଆରେ ବିସିସିଆଇର ଏଭଳି ନିଷ୍ପତ୍ତିକୁ ଜନସାଧାରଣ ତୀବ୍ର ବିରୋଧ କରିଥିଲେ ।