ପାକିସ୍ତାନ ଭଳି ତୁର୍କୀଏ ମଧ୍ୟ ନିଜ ପ୍ରକୃତିରୁ ବାଦ ପଡୁନି, ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ କୁ ସାହାଯ୍ୟ କରିବା ପାଇଁ ହତିଆର ଯୋଗାଇଥିବା ତୁର୍କୀଏ ବା କିପରି ପାକିସ୍ତାନ ଠାରୁ ଅଲଗା ହେବ , ଏବେ ତୁର୍କୀଏ କାଶ୍ମୀର ମୁଦା କୁ ନେଇ ପାଟି ଖୋଲିଚି, ତୁର୍କୀ ରାଷ୍ଟ୍ରପତି ରେଷେପ ତଇପ ଏର୍ଡlଗନ ମଙ୍ଗଳବାର ୨୩ ସେପ୍ଟେମ୍ବର ରେ ସଂଯୁକ୍ତ ରାଷ୍ଟ୍ର ମହାସଭା ରେ କାଶ୍ମୀର ମୁଦା ଉଠାଇଥିଲେ, ସେ କହିଛନ୍ତି କାଶ୍ମୀର ମାମଲା ର କିଛିନା କିଛି ସମାଧାନ ହେବା ଜରୁରୀ, ପାକିସ୍ତାନ କୁ ତୁର୍କୀ ରାଷ୍ଟ୍ରପତି ନିର୍ଦୋଷ ବୋଲି ମନ୍ତବ୍ୟ ଦେଇଥିଲେ l
ଏହାଛଡା ତୁର୍କୀ ରାଷ୍ଟ୍ରପତି କହିଛନ୍ତି ଯେ ଉଭୟ ଦେଶ ମିଳିତ ଭାବରେ କାଶ୍ମୀର ମୁଦା ର ସମାଧାନ ର ବାଟ ଖୋଲିବା ଆବଶ୍ୟକ, କାହିଁକିନା ଦକ୍ଷିଣ ଏସିଆରେ ଶାନ୍ତି ର ଖୁବ ଆବଶ୍ୟକତା ରହିଛି l ଅପ୍ରେଲ ମାସରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ସିଜ ଫାୟାର ହୋଇଥିଲା ତାହାକୁ ତୁର୍କୀ ସ୍ୱାଗତ କରୁଛି l ଭାରତ-ପାକିସ୍ତାନ ମିଶି ଆତଙ୍କବାଦ ବିରୋଧରେ ଲଢ଼ିବା ଜରୁରୀ l ‘
ତୁର୍କୀ ର ମନ୍ତବ୍ୟ କୁ ନିନ୍ଦା କରି ଭାରତ କହିଛି, କାଶ୍ମୀର ମୁଡା ତାର ଅନ୍ତରୀଣ ମାମଲା, ତେଣୁ ଏଥିରେ ବାହାର ଲୋକ ମୁଣ୍ଡ ନପୁରାଇବା ଉଚିତ, ନଚେତ ଭାରତ କଠୋର ପଦକ୍ଷେପ ନେବ l ତେଣୁ ତୁର୍କୀ ନିଜର କାର୍ଯ୍ୟରେ ବ୍ୟସ୍ତ ରହିବ ଜରୁରୀ, କାଶ୍ମୀର ଭାରତର ଥିଲା, ରହିଛି ଏବଂ ରହିବ l ଏହା ଭାରତର ବ୍ୟକ୍ତିଗତ l