ତିହିଡି, ୦୭/୦୭: ଆଜି ଏକ ଅଭାବନୀୟ ଘଟଣାକ୍ରମରେ ତିହିଡି ବ୍ଲକ ଅନ୍ତର୍ଗତ ହରସିଂପୁର ପଞ୍ଚାୟତର ଚଣ୍ଡୀସାହି ଗାଁର ୨ ଭାଇ ବଜ୍ରାଘାତର ଶିକାର ହୋଇ ମୃତୁ୍ୟବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଭଦ୍ରକ ମେହିକାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି । ମୃତ ୨ ଭାଇ ହେଉଛନ୍ତି ମଦନ ମହାରଣା(୬୦) ଓ ହୃଦାନନ୍ଦ ମହାରଣା(୫୫) । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗିରିଧାରୀ ମହାଳିକ । ପ୍ରକାଶ ଯେ, ମୃତ ୨ ଭାଇ ଓ ଆହତ ଅନ୍ୟ ଜଣେ ବିଲରେ ଚାଷ କାର୍ଯ୍ୟ କରୁଥିଲେ । ତେବେ ଆଜି ମଧ୍ୟାହ୍ନରେ ବର୍ଷା ହେବା ସହିତ ବଜ୍ରପାତ ଘଟିବାରୁ ସମସ୍ତେ ଭୟଭୀତ ହୋଇ ନିକଟସ୍ଥ ଏକ ତାହି ଚାଷ ଘର ଅଗଣାରେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତରେ ଶିକାର ହୋଇଥିଲେ । ତେବେ ସୌଭାଗ୍ୟକ୍ରମେ ସେଠାରେ ଉପସ୍ଥିତ ଥିବା ଅନ୍ୟ ୨ଜଣ ବ୍ୟକ୍ତି ମେଘୁଆ ମହାଳିକ, ଜୟଦେବ ମହାରଣା ବଜ୍ରାଘାତରୁ ବର୍ତ୍ତି ଯାଇଥିଲେ । ଗୁରୁତର ୨ ଭାଇଙ୍କୁ ତୁରନ୍ତ ତିହିଡି ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଆପଦକାଳୀନ ପରିସ୍ଥିତିରେ ପୀରହାଟ ପ୍ରଦେଶ ସେବା ସଙ୍ଗଠନର କର୍ମକର୍ତ୍ତା ମାନେ ଉଭୟ ମୃତ ଓ ଆହତ ପରିବାରଙ୍କ ନିକଟରେ ଛିଡା ହୋଇଥିବା ଜଣାଯାଇଛି ।
