Odisha news

ତିହିଡି ବ୍ଲକ ବରିଷ୍ଠ ନାଗରିକ ସଂଘର ବାର୍ଷିକୋତ୍ସବ

0

ତିହିଡ଼ି.୨୪/୦୩(ଯଦୁମଣି ପାଣିଗ୍ରାହୀ) : ପରିବାରରେ ବରିଷ୍ଠ ମାନଙ୍କ ସେବା ଆରାଧନା କଲେ ଆୟୁ, ବିଦ୍ୟା,ଯଶ ଓ ବଳ ବୃଦ୍ଧି ହୁଏ । ପାରିବାରିକ ଶାନ୍ତି ଓ ମମତ୍ୱ ସାଂସାରିକ ଜୀବନକୁ ସୁଖମୟ କରେ ବୋଲି ତିହିଡ଼ି ବ୍ଲକ ବରିଷ୍ଠ ନାଗରିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ଅବସରରେ ମତପ୍ରକାଶ ପାଇଛି । ତିହିଡ଼ି ସିଆରଏସ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାବିତ୍ ସୋମନାଥ ପାଢୀ ଓ ମହେଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟବକ୍ତା ବାସୁଦେବପୁର ବିଧାୟକ ଅଶୋକକୁମାର ଦାସ, ସମ୍ମାନିତ ଅତିଥି ତିହିଡ଼ି ବ୍ଲକ ଚେୟାରମେନ ଅବନ୍ତୀ ଦାସ, ଭଦ୍ରକ ଜିଲ୍ଲା ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାସଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପଦ୍ମନ ରାୟ, ପଣ୍ଡିତ ଦୈତ୍ୟାରି ମହାପାତ୍ର, ପ୍ରଧାନ ଶିକ୍ଷକ ସମରେନ୍ଦ୍ରନାଥ ମିଶ୍ର ଏବଂ ବ୍ଲକ ସଂଯୋଜକ ସୁରେନ୍ଦ୍ରକୁମାର ନାୟକ ଓ ଶିକ୍ଷାବିତ୍ ହରେକୃଷ୍ଣ ମହାକୁଡ଼ ପ୍ରମୁଖ ଯୋଗଦାନ କରିଥିଲେ । ଶିକ୍ଷାବିତ୍ ନିତ୍ୟାନନ୍ଦ ମଲ୍ଲିକଙ୍କ ସ୍ୱାଗତ ଭାଷଣ , ବିଶ୍ୱମୈତ୍ରୀ ନାୟକ ବେଦପାଠ ଓ ବ୍ଲକ ସଂପାଦକ ବିଭୂତି ଭୂଷଣ ସେନାପତି ସଂପାଦକୀୟ ବିବରଣୀ ଓ ସମାଜସେବୀ ରଘୁନାଥ ପାତ୍ର ଅତିଥି ପରିଚୟ ଦେଇଥିଲେ । ଏହି ଅବସରରେ ସଂଘର ବାର୍ଷିକ ମୁଖପତ୍ର ବର୍ଷୀୟାନ ଲୋକାର୍ପିତ ହୋଇଥିଲା । ବିଷ୍ଣୁକୁମାର ସାହୁ, ମହେଶପ୍ରସାଦ ଦାସ, ବସନ୍ତ ସେନାପତି, ସନ୍ନ୍ୟାସୀଚରଣ ବ୍ରହ୍ମ, ନାରାୟଣ ମାନଧାତା, ହରିଶ୍ଚନ୍ଦ୍ର ବାରିକ, ଜଗନ୍ନାଥ ନାୟକ, ବଳରାମ ସେନାପତି, ଦଶରଥ ମଳିକ, ଲକ୍ଷ୍ମୀଧର ମାଝୀ, ଭାଗୀରଥି ସାହୁ ଏବଂ ସୁରେନ୍ଦ୍ରନାଥ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭଦ୍ରକ ବରିଷ୍ଠ ନାଗରିକ ସଂଘର ଉପଦେଷ୍ଠା ଏସ୍.ଏମ୍.ଫାରୁକ୍, ପ୍ରାକ୍ତନ ତିହିଡି କଲେଜ ଅଧ୍ୟକ୍ଷ ଲକ୍ଷ୍ମୀଧର ତ୍ରିପାଠୀ, ସମାଜସେବୀ ଦୀନବନ୍ଧୁ ପତି, ଶଚିକାନ୍ତ ନାୟକ, କରୁଣାକର ମହାରଣା, ରଘୁନାଥ ଜେନା, ଅନାଦି ବେହେରା, ରାମଚନ୍ଦ୍ର କର, ଗିରିଜାରମଣ ଜେନା, ପି.ହୃଷିକେଶ, କୁଳମଣି ସାହୁ, ମଥୁରାମୋହନ ବେହେରା, ଅକ୍ଷୟକୁମାର ବ୍ରହ୍ମ, ଗୟାଧର ବଳ ପ୍ରମୁଖଙ୍କ ସମେତ ବିଭିନ୍ନ ଜୋନରୁ ଆସିଥିବା ବହୁ ବରିଷ୍ଠ ବ୍ୟକ୍ତିତ୍ୱ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଶିକ୍ଷାବିତ୍ କୃତ୍ତିବାସ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply