Odisha news

ଆକସ୍ମିକ ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

0

ତିହିଡି, ୨୦/୦୩ (ଯଦୁମଣି ପାଣିଗ୍ରାହୀ) : ତିହିଡି ତହସିଲ ଅନ୍ତର୍ଗତ ସୟା ପଞ୍ଚାୟତର ବାଲିଚତୁରୀ ଗାଁରେ ଆଜି ବଡି ସକାଳୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ମଧୁସୂଦନ ପୁହାଣ ନାମକ ଜଣେ ବ୍ୟକ୍ତିଙ୍କର ୩ ବଖରା ଘର ଜଳିଯାଇଛି । ଖବରପାଇ ତିହିଡିରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ପ୍ରାୟ ୯୦ ପ୍ରତିଶତ ଘର ଜଳିଯାଇଥିଲା । ଏହି ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ବିଦୁ୍ୟତ ସଟସର୍କିଟରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ପ୍ରକାଶ ଯେ, ଗତକାଲି ରତିରେ ମଧୁସୂଦନ ଓ ତାଙ୍କ ପତ୍ନୀ ଖାଇପିଇ ଶୋଇଥିଲେ । ତେବେ ଆଜି ସକାଳେ ତାଙ୍କ ଘରେ ନିଆଁ ଲାଗି ଯାଇଥିବା ପଡୋଶୀ ଲୋକେ ଦେଖି ସେମାନଙ୍କୁ ଡାକିବା ସହ ଦମକଳବାହିନୀକୁ ଫୋନ କରିଥିଲେ । ଏହି ଅଗ୍ନିକାଣ୍ଡରେ ମଧୁସୂଦନଙ୍କ ଧାନଚାଉଳ, ଲୁଗାପଟା ଓ ଅନ୍ୟାନ୍ୟ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । କୋହ୍ଲ ଆରଆଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରି ଥିବା ଜଣାଯାଇଛି । ତୁରନ୍ତ ଏହି ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply