Odisha news

୧୧୫ ଲିଟର ମହୁଲି ମଦ ଜବତ ଘଟଣାରେ ୪ କୋର୍ଟ ଚାଲାଣ , ବାଇକ୍ ଓ ସ୍କୁଟି ଜବତ

0
ଠାକୁରମୁଣ୍ଡା :  ଚୋରା ମହୁଲି ମଦ ବିକ୍ରି ଘଟଣାରେ ଗୁରୁବାର ଦିନ ଠାକୁରମୁଣ୍ଡା ଅବକାରୀ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୧୫ ଲିଟର ମହୁଲିମଦ କରିଛି।ଏହି ଘଟଣା ରେ ୪ ଜଣଚୋରା ମଦ ବେପାରୀ ଙ୍କୁ ଗିରଫ ପରେ ଅବକାରୀ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।ମିଳିଥିବା ସୂଚନା ଅନୁଯାୟୀ ଅବକାରୀ ଥାନା ଏସ ଆଇ ଭାରତୀ ନାଏକ ଙ୍କ ନେତୃତ୍ୱରେ ଏଏସଆଇ ଦିଲ୍ଲୀପ ଟୁଡୁ ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉ ରେ ସାମିଲ ହୋଇଥିଲେ।ଅବକାରୀ ଟିମ ଦିଗଧର ଗ୍ରାମ ର ସୀତାମଣି ମାଝି ଙ୍କ ନିକଟରୁ ୨୦ ଲିଟର, ଓ ମଞ୍ଜରୀ ପୂର୍ତ୍ତି ଙ୍କ ନିକଟରୁ ୨୦ ଲିଟର ମହୁଲିମଦ ଜବତ କରିଥିଲେ।ସେହିପରି କେଶଡିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମିଟୁଆଣି ଗ୍ରାମର କ୍ଷମାକର ପାତ୍ର ଙ୍କ ନିକଟରୁ ୨୫ ଲିଟର ମଦ ସହିତ ବ୍ୟବହୃତ ସ୍କୁଟିକୁ ଜବତ କରିଛି ଅବକାରୀ ବିଭାଗ।ସେହିପରି ଖେଡ଼ିଆପୋଷୀ ଗ୍ରାମର ମାନସିଂ ସୋରେନ ଙ୍କ ନିକଟରୁ ୨୦ ଲିଟର ସହ ବାଇକ୍ ଜବତ, ପଡିଆବେଡା ପଞ୍ଚାୟତ ବଡପୋଷି ଗାଁ ର ୩୦  ମହୁଲି ମଦକୁ ଜବତ ହୋଇଥିବା ବେଳେ ଜଣେ ଘଟଣା ସ୍ଥଳରୁ  ଫେରାର ହୋଇଥିବା ବେଳେ ଠାକୁରମୁଣ୍ଡା ଅବକାରୀ ଥାନା କେସ୍ ନମ୍ବର ୭୦,୭୧,୭୨ ଓ ୭୩ / ୨୦୨୪ ରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି  ।
Nalco
Leave A Reply