Odisha news

ଟି 20 ବିଶ୍ୱକପ୍ କ୍ରିକେଟ ରେ ସକ୍ରିୟ ରହିଥିଲା ବଏକଟ ଗ୍ୟାଙ୍ଗ , ପାକିସ୍ଥାନ ଜାଲରେ ଏମିତି ଫସିଲା ବାଙ୍ଗଲାଦେଶ 

0
 ଟି 20 ବିଶ୍ୱକପ କୁ ନେଇ ହେଲା ଆଉ ଗୋଟିଏ ଖୁଲାସା  ,ଭାରତ ବିରୁଦ୍ଧରେ କାମ କରୁଥିଲା ବଏକଟ ଗ୍ୟାଙ୍ଗ , ପାକିସ୍ଥାନ ଜାଲରେ ଫସିଲା  ବାଙ୍ଗଲାଦେଶ , ଧୀରେ ଧୀରେ ପର୍ଦାଫାଶ ହେଉଛି ପାକିସ୍ଥାନ ର ଚାଲ l
ଟି 20 ବିଶ୍ୱକପ ୨୦୨୬ ରେ ପାକିସ୍ଥାନ ର ଡ୍ରାମା ସମସ୍ତଙ୍କ ମୁଣ୍ଡକୁ ଗରମ କରି ଦେଇଛି , ବାଙ୍ଗଲାଦେଶ ନାମରେ ବଏକଟ – ବଏକଟ ଗେମ ଖେଳୁଥିବା ପାକିସ୍ଥାନ ICC , BCCI ଓ ବାଙ୍ଗଲାଦେଶ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ର ନିଦ ହାରାମ କରି ଦେଇଥିଲା , ଏବଂ ଶେଷ ମୁହୁର୍ତ ପର୍ଯ୍ୟନ୍ତ ଭାରତ ବିରୁଦ୍ଧରେ କଳମ୍ବୋ ରେ ଖେଳିବାକୁ ମନା କରୁଥିଲା କିନ୍ତୁ ଅଚାନକ ପଲଟି ମାରି ରାଜୀ ହୋଇଗଲା l
ଆୟୋଜକ ଭାରତ ଓ ଶ୍ରୀଲଙ୍କା ନିକଟରେ ପାକିସ୍ଥାନ ଓ ବାଙ୍ଗଲାଦେଶ ଏଭଳି ଦାବି ରଖିଥିଲେ ଯାହାକୁ ନେଇ ଆଇସିସି କଡା ପଦକ୍ଷେପ ଉଠାଇବାକୁ ବାଧ୍ୟ ହୋଇ ଥିଲା l ଯେଉଁଠି ବାଙ୍ଗଲାଦେଶ ସୁରକ୍ଷା ଦୃଷ୍ଟିରୁ ଭାରତରେ ଖେଳିବାକୁ ମନାକଲା ସେହି ସ୍ଥାନରେ ପାକିସ୍ଥାନ ବାଙ୍ଗଲାଦେଶ କୁ ସମର୍ଥନ କରି ଭାରତ ବିପକ୍ଷରେ ଖେଳିବ ନାହିଁ ବୋଲି ଡ୍ରାମା ଆରମ୍ଭ କରିଥିଲା , ଯେଉଁଠି ଆଇସିସି ବାଙ୍ଗଲାଦେଶ କୁ ବାହାର କରି ସ୍କାଟଲ୍ୟାଣ୍ଡ କୁ ଏଣ୍ଟ୍ରି କରାଇଥିଲା l ଏହାକୁ ନେଇ ହୋଇଛି ଗୋଟିଏ ବଡ଼ ଖୁଲାସା l
ଏହି ସମସ୍ତ ଘଟଣାକୁ ନେଇ ଏସିଆ କ୍ରିକେଟ ପରିଷଦ ର ସିଇଓ ସୈଦ ଅସରଫୁଲ ହକ ଚଞ୍ଚଲ୍ୟକର ବୟାନ୍ ଗୋଟିଏ ସାକ୍ଷାତକାର ରେ ଦେଇଛନ୍ତି , ସେ କହିଛନ୍ତି ପାକିସ୍ଥାନ କ୍ରିକେଟ ବୋର୍ଡ ର ଅଧକ୍ଷ ମୋହସିନ ନକବି ବାଙ୍ଗଲାଦେଶ କ୍ରିକେଟ ବୋର୍ଡ ର ଅଧକ୍ଷ ଙ୍କୁ ବାଟ ବଣା କରାଇଛନ୍ତି , ଏବଂ କ୍ରିକେଟ କୁ ରାଜନୈତିକ କରଣ କରାଇଛନ୍ତି l
ସେ କହିଛନ୍ତି ଯେ ବିସିସିଆଇ ଓ ଭାରତ ସରକାର ଙ୍କ ସହିତ ଆଲୋଚନା କରିବା ପାଇଁ ବାଙ୍ଗଲାଦେଶ କ୍ରିକେଟ କମିଟି ନିକଟରେ ପର୍ଯ୍ୟାପ୍ତ ସମୟ ଥିଲା , ଆଇସିସି ମଧ୍ୟ ସୁରକ୍ଷା ପାଇଁ ବାଙ୍ଗଲାଦେଶ କୁ ଭରସା ଦେଇଥିଲା ,  କିନ୍ତୁ ବାଙ୍ଗଲାଦେଶ ସରକାର ପାକିସ୍ଥାନ କଥାରେ ପଡି ଭୁଲ ନିଷ୍ପତି ନେଇଥିଲେ ଏବଂ ବାଙ୍ଗଲାଦେଶ ଆଇସିସି ଟି 20 ଟୁର୍ନାମେଣ୍ଟ ରୁ ବଂଚିତ ରହିଥିଲା l
ଅସରଫୁଲ  ହକ୍ କହିଛନ୍ତି ଯେ ବାଙ୍ଗଲାଦେଶ କ୍ରିକେଟ ବୋର୍ଡ ଅଧକ୍ଷ ଅମିନୁଲ ଇସଲାମ ଗୋଟିଏ ଜାଲରେ ଫସିଗଲେ l ଏବଂ କ୍ରିକେଟ ର କୂଟନୀତି କୁ ବୁଝିବାରେ ଅସଫଳ ରହିଲେ , ଏବଂ ଖେଳାଳୀ ଙ୍କ ଭବିଷ୍ୟତ ସୁଧାରିବା ବଦଳରେ ବାଙ୍ଗଲାଦେଶ ସରକାର ଙ୍କୁ ଖୁସି କରିବାରେ ଲାଗି ପଡିଲେ l ବାଙ୍ଗଲାଦେଶ ଖେଳାଳୀ ଙ୍କ ପାଇଁ ଏହି ଟି 20 ୱାର୍ଲଡ କପ ଖୁବ ଗୁରୁତ୍ୱପୂର୍ଣ ଥିଲା , ସେମାନେ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବାରୁ ବଂଚିତ ହେଲେ l ଭାରତ ପରେ ସବୁଠୁ ଅଧିକ କ୍ରିକେଟ ପ୍ରଶଂସକ ବାଙ୍ଗଲାଦେଶ ରେ ଅଛନ୍ତି , ନିଜ ଦେଶର କ୍ରିକେଟ ପ୍ରଶଂସକଙ୍କୁ ଏଥିରୁ ବଂଚିତ କରିବା ଗୋଟିଏ ବଡ଼ ଅନ୍ୟାୟ l  ରାଜନୈତିକ ଚାପ ଓ ପାକିସ୍ଥାନ ର କୂଟନୀତି ଯୋଗୁଁ ବାଙ୍ଗଲାଦେଶ ICC ଟି 20  ରୁ ବଂଚିତ ହୋଇଛି l
Leave A Reply