ସାଲେପୁର :-ସାଲେପୁର ବ୍ଲକ ଅନ୍ତର୍ଗତ ପୁରୁଣାହାଟ ପଞ୍ଚlଯାତ ଓଡକିମିରା ଗ୍ରାମରେ ଅଭାନୀୟ ଘଟଣା ଘଟି ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।ଘଟଣାରୁ ପ୍ରକାଶ ଯେ ସାଲେପୁର ବ୍ଲକ ଅନ୍ତର୍ଗତ ପୁରୁଣାହାଟ ପଞ୍ଚlଯାତର ଓଡକିମିରା ଗ୍ରାମର ଜନ୍ମଜୟ ରାଉତରାୟ, ଯଶମନ୍ତ ରାଉତରାୟ ଓ ଜଗଦୀଶ ରାଉତରାୟଙ୍କ ଘରେ ଗତ ବାର ଘଣ୍ଟା ମଧ୍ୟରେ ସାତଥର ନିଆଁ ଲାଗି ଧାନ, ମୁଗ, ବିରି, ଟିଭି, ପ୍ରିଜ, ଆଲମାରୀ, ଆଲେଣ।, ମଟର ସାଇକେଲ,ନଗଦ ଟଙ୍କା , ପୋଷାକ ଓ ଖାଦ୍ୟ ସାମଗ୍ରୀ ଆଦି ଲକ୍ଷଲକ୍ଷ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି l ଏହା ଦେଖି ଗ୍ରାମବାସୀ ମାନେ ସାଲେପୁର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଗ୍ରାମବାସୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।ସାଲେପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ lହେଲେ ଅଲଗା ଅଲଗା ଜାଗାରେ ହଠାତ କେମିତି ନିଆଁ ଲାଗୁଛି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି l