Odisha news

ଶୁଖିଲା ପଡ଼ିଛି ଚାଷଜମି , କେନାଲ ରେ ପାଣି ନାହିଁ ,ବର୍ଷା ଏକମାତ୍ର ଭରସା  ବିଲରେ  ଗାଈ ଗୋରୁ ଚରୁଛନ୍ତି 

0
ସାକ୍ଷୀଗୋପାଳ : ବର୍ଷା ଅଭାବରୁ  ସତ୍ୟବାଦୀରେ ଧାନ  ଚାଷୀ ମାନେ ଧାନ ଚାଷ ଆରମ୍ଭ କରି ପାରି ନାହାନ୍ତି l    ଜୁଲାଇ ମାସ  ସରିବାକୁ ବସିଲାଣି  । କିନ୍ତୁ ଚାଷୀ ତାର ଜମିରେଏ ପର୍ଯ୍ୟନ୍ତ ପାଦ ଦେଇ ନାହଁ। ପରମ୍ପରା ଅନୁଯାୟୀ ଅକ୍ଷୟତୃତୀୟ ଠାରୁ ଚାଷୀ ତାର ଜମିରେ ବିହନ ବୁଣି ଅଖିମୁଠି ଅନୁକୂଳ କରିଥାଏ । କିନ୍ତୁ ଚଳିତ ବର୍ଷ ବିଳମ୍ବିତ ମୌସୁମୀ ପ୍ରବେଶ ସହ ନିଆଣ୍ଟିଆ ବର୍ଷା ଯୋଗୁଁ ଚାଷୀମାନେ ନିଜ କ୍ଷେତ କୁ ନଯାଇ ଚିନ୍ତାରେ ବସିରହିଛନ୍ତି। ଏଭଳି ସ୍ଥିତିରେ  ସରକାର କୃଷି କୃଷକ ର ଉନ୍ନତି  ପାଇଁ କରୁଥିବା ସମସ୍ତ ଯୋଜନା ବିଫଳ ହୋଇଅଛି l ଯୋଜନାକୁ  ସଠିକ ଭାବରେ  କାର୍ଯ୍ୟକାରୀ ନକରି କେବଳ ନିଜସ୍ୱ ପ୍ରଚାର କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ପ୍ରାପ୍ତ ସୂଚନା ରୁ ଜଣା ପଡ଼ିଛି ସତ୍ୟବାଦୀ ବ୍ଲକ ରେ ଥିବା ଚାଷଜମି ମଧ୍ୟରୁ ପ୍ରାୟତଃ ୯୦ ପ୍ରତିଶତ ଜମି ରେ ଏ ପର୍ଯ୍ୟନ୍ତ ଚାଷୀ ତାର ପ୍ରାରମ୍ଭିକ ଚାଷ କାର୍ଯ୍ୟ କରିନାହିଁ। ଏଠାରେ ଚାଷୀ  କେବଳ ମୌସୁମୀ ବର୍ଷାଉପରେ ନିର୍ଭର ନକରି କେନାଲ ପାଣି ,ନିକଟସ୍ଥ ଜୋର, ପୋଖରୀ, ଉଠା ଜଳସେଚନ , ପ୍ରବାହିତ ନଦୀର ଜଳ ଉପରେ ନିର୍ଭର କରି ଖରିଫ ଚାଷ ପାଇଁ ଜମିକୁ ହଳ କରି ସଫା ସୁତୁରା ରଖିବା ସହିତ ତଳି ପ୍ରସ୍ତୁତ କରିରଖିଥାଏ ।  ଏହି ତଳି  ମୌସୁମୀ  ବର୍ଷା ଆରମ୍ଭ ହେଲେ ତାକୁ ନିଜ କ୍ଷେତରେ ରୋପଣ କରିଥାଏ। ମାତ୍ର ବର୍ଷା ଜଳର ବିକଳ୍ପ ଭାବେ ସତ୍ୟବାଦୀ ବ୍ଲକ ରେ ରହିଥିବା ୫୫ ପ୍ରତିଶତ ଚାଷ ଜମି କେନାଲ ପାଣି ଦ୍ୱାରା ଚାଷ କାର୍ଯ୍ୟ ହେଉଥିବା ଜଣାପଡିଛି । କିନ୍ତୁ  ଶତ  ପ୍ରତିଶତ ଚାଷୀ ଜଳକର ଦେଉଥିଲେ ମଧ୍ୟ ଅନେକ ସମୟରେ ଜଳସେଚନ ବିଭାଗ ଓ କୃଷି ବିଭାଗ ର ଉଦାସୀନତା ଚାଷୀଙ୍କ ସମସ୍ୟା ସୃଷ୍ଟି କରୁଛି ।  ବାରମ୍ବାର କୃଷି କାର୍ଯ୍ୟରେ ବିଫଳତା ଯୋଗୁଁ ହେକ୍ଟର ହେକ୍ଟର ଚାଷଜମି ପଡିଆ ରହିବା କାରଣରୁ ଋଣ ଓ ଆର୍ଥିକ ବୋଝରେ ଚାଷୀର ମେରୁଦଣ୍ଡ ବଙ୍କା ହୋଇଯାଉଛି । ଅନ୍ୟପଟେ
ବିଭାଗୀୟ ଅଧିକାରୀଙ୍କ ସମନ୍ୱୟ ଅଭାଵ ସାଙ୍ଗକୁ କୃଷିକ୍ଷେତ୍ର ପରିଦର୍ଶନ ନ କରି କେବଳ ସରକାରୀ ସ୍ତରରେ ପ୍ରଚାର ପ୍ରସାର କରି ଅଫିସ ରେ ରହୁଥିବା ରୁ ଚାଷକାର୍ଯ୍ୟ ଓ ଚାଷୀଙ୍କ କ୍ଷେତ୍ରରେ ଏଭଳି ଗୁରୁତର ସମସ୍ୟା ସୃଷ୍ଟି ହେଉଛି ବୋଲି ସତ୍ୟବାଦୀ ର ଅନେକ ଚାଷୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଚାଷୀ ଗୁଣନିଧି ପରିଡା କୁହନ୍ତି : ସରକାର ସବୁବେଳେ କହୁଛନ୍ତି ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । କିନ୍ତୁ ସତ୍ୟବାଦୀ ବ୍ଲକ ରେ ଆମେ ସବୁବେଳେ ଅବହେଳା ର ଶିକାର ହେଉଛୁ । କେତେବେଳ ସାର ର ସଠିକ ସବସିଡ଼ି ପ୍ରଦାନ କରାଯାଉନାହିଁ ତ ବିହନ ,କୀଟନାଶକ ,ଓ କୃଷକ ଙ୍କ ନିମନ୍ତେ ଉଦିଷ୍ଟ ସମସ୍ତ କାର୍ଯ୍ୟକ୍ରମ କେବଳ କେତେଜଣ ହାତ ଗଣତି କୃଷକମାନଙ୍କୁ ନେଇ କରାଯାଉଛି।ଯାହା ସଠିକ କୃଷକଙ୍କ ପାଖରେପହଞ୍ଚି ପାରୁ ନାହିଁ। ସତ୍ୟବାଦୀ ଜଳସେଚନ ବିଭାଗର ଅଧିକାରୀ ମକର ବେହେରା କୁହନ୍ତି : ସତ୍ୟବାଦୀରେ ନିଆଣ୍ଟିଆ ବର୍ଷା ହେବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । କୃଷକଙ୍କ ଅଭିଯୋଗ ଅନୁଯାୟୀ ଆସନ୍ତା ୭ ଦିନ ଭିତରେ କେନାଲରେ  ପାଣି ଛଡା ଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ବିଭାଗ ପକ୍ଷରୁ ସମସ୍ତ କେନାଲ ଗୁଡ଼ିକରେ  ଜଳ ସେଚନ ନିମନ୍ତେ ପ୍ରକ୍ରିୟା ଆରମ୍ଭ  କରାଯାଇଛି
Nalco
Leave A Reply