Odisha news

ସଫଳତାର ପୁଞ୍ଜି : ଯୁବାବସ୍ଥାରେ ସତର୍କ ନରହିଲେ ନିଜ ଭୁଲର ପରିଣାମ ବୃଦ୍ଧ କାଳରେ ଭୋଗ କରିବେ

ନୀତିଶାସ୍ତ୍ରରେ ଆମର ଜୀବନକୁ ନେଇ ବିଭନ୍ନ କଥା ଦର୍ଶା ଯାଇଥାଏ l ଗୋଟିଏ ଭଲ ମଣିଷ ହେବାପାଇଁ ନୈତିକତା ,ଅନୁଶାସନ ଓ ସଂସ୍କାରକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ବଶ୍ୟକ l ଏହି ସମସ୍ତ ଜିନିଷ ଗୋଟିଏ ପରିବାରରୁ ଗୁରୁଜନ ମାନଙ୍କ ପାଖରୁ ହାସଲ ହୋଇଥାଏ l ଯୁବାବସ୍ଥାରେ ମଣିଷ ସାଧାରଣତଃ କ୍ରୋଧକୁ ସମ୍ବରଣ କରିପାରି ନଥାଏ l ସେହି ସମୟରେ ଏହିସବୁ ଜିନିଷ ତାର କାର୍ଯ୍ୟରେ ଆସିଥାଏ l କାହିଁକିନା ଶାସ୍ତ୍ରରେ କୁହାଯାଇଛି ଯୁବାବସ୍ଥାରେ କରାଯାଇଥିବା କାର୍ଯ୍ୟର ଆଧାରରେ ଭବିଷ୍ୟତ ନିର୍ମାଣ ହୋଇଥାଏ l ତେଣୁକରି ଏହି ଅବସ୍ଥାରେ ବିଶେଷ ସାବଧାନ ରହିବ ବଶ୍ୟକ l

ଗୀତାର ଉପଦେଶରେ ମଧ୍ୟ ଭଲ କାର୍ଯ୍ୟର  ମହତ୍ୱ ବିଷୟରେ କୁହା ଯାଇଛି l ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ବ୍ୟକ୍ତି ନିଜ କାର୍ଯ୍ୟ ଓ ଆଚରଣ ଦ୍ୱାରା ଶ୍ରେଷ୍ଠ ହୋଇଥାଏ l ଯାହା ବ୍ୟକ୍ତିକୁ ଯୌବନରେ ଭଲ କାର୍ଯ୍ୟ କରିବା ପାଇଁ ପ୍ରବର୍ତାଇଥାଏ ,ମାନବ କଲ୍ୟାଣର ବ୍ୟକ୍ତି ଯୋଗଦାନ ଦେବା ଆବଶ୍ୟକ ,ଏହିଭଳି ବ୍ୟକ୍ତି ବୃଦ୍ଧ ଅବସ୍ଥାରେ ସମ୍ମାନ ପ୍ରାପ୍ତ କରିଥାଏ l

ଯୁବାବସ୍ଥାରେ ଏହି ସବୁ କଥାକୁ ଧ୍ୟାନ ରଖିବା ଆବଶ୍ୟକ –

ଅନୁଶାସନ :ଯୁବକ ମାନଙ୍କୁ ଯୁବାବସ୍ଥାରେ କଠୋର ଅନୁଶାସନର ପାଳନ କରିବା ଉଚିତ l ଏହି ଅବସ୍ଥାରେ ନିୟମ ପୂର୍ବକ ଶିକ୍ଷା ଗ୍ରହଣ କରିବା ଉଚିତ ଓ ରାଷ୍ଟ୍ର  ତଥା ସମାଜର ନିର୍ମାଣରେ ନିଜର ଯୋଗଦାନ ଦେବା ଉଚିତ l

ଖରାପ ଅଭ୍ୟାସ ଠାରୁ ଦୁରେଇ ରହିବ ଉଚିତ : ଯୁବକ ମାନଙ୍କର ଯୌବନ ସମୟ ଖରାପ ଅଭ୍ୟାସ ଦ୍ୱାରା ଶୀଘ୍ର ପ୍ରଭାବିତ ହୋଇଥାଏ ,ଏଥିରୁ ଦୁରେଇ ରହିବ ଆବଶ୍ୟକ l ଏହି ବୟସରେ ଯୁବକ ମାନଙ୍କୁ ନିଜର ଦାଇତ୍ୱ ବିଷୟରେ ସଚେତନହେବା ଉଚିତ l

ମୌଳିକ ବିଚାରକୁ ଆପଣାନ୍ତୁ : ନୀତିଶାସ୍ତ୍ର ଅନୁସାରେ ମଣିଷ ସର୍ବଦା ମୌଳିକ ବିଚାରକୁ ଆପଣାଇବା ଉଚିତ l ମୌଳିକ ବିଚାର ଜ୍ଞାନ ଓ ଅନୁଭବରୁ ପ୍ରାପ୍ତ ହୋଇଥାଏ ସେଥିପାଇଁ ଯୁବାବସ୍ଥାରେ ଜ୍ଞାନ ଓ ଅନୁଭକୁ ସର୍ବଦା ପ୍ରାପ୍ତ କରିବା ପାଇଁ ପ୍ରସ୍ତୁତ ରହିବ ଉଚିତ  l ଯଦି ମଣିଷ ଯୁବାବସ୍ଥାରେ ଯେକୌଣସି ଭୁଲ କରି ବସିବ ତେବେ ଏହାର ପରିଣାମ ବୃଦ୍ଧା ଅବସ୍ଥାରେ ଭୋଗ କରିବ l

Comments are closed.