Odisha news

ରୟାଲ୍ସର ଟାର୍ଗେଟ ୧୯୪

0

ଆବୁଧାବି, ୬ା୧୦ (ଏଜେନ୍ସି): ଆଇପିଏଲର ୨୦ତମ ମ୍ୟାଚଟି ରାଜସ୍ଥାନ ରୟାଲ ଓ ମ୍‌ୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ଓଭରରେ ୪ୱିକେଟ ହରାଇ ୧୯୩ ରନ୍‌ କରିଥିଲା । ଫଳରେ ରାଜସ୍ଥାନ ରୟାଲ୍ସ ମ୍ୟାଚ ଜିତିବା ପାଇଁ ୧୯୪ରନ୍‌ କରିବାକୁ ହେବ । ଟଚ୍‌ଜିତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ରୋହିତଙ୍କ ସହ କ୍ୱିଣ୍ଟନ୍‌ ଡିକକ୍‌ ପାଳି ଆରମ୍ଭ କରିଥିଲେ । ଦୁହେଁ ପ୍ରଥମ ୱିକେଟ ପାଇଁ ୪୯ରନ ସଂଗ୍ରହ କରିଥିଲେ । ଡିକକ୍‌ ୨୩ ଓ ଅଧିନାୟକ ରୋହିତ ଶର୍ମା ୩୫ରନ କରିବାକୁ ସମର୍ଥ ହୋଇଥିଲେ । ସୂର୍ଯ୍ୟ କୁମାର ଯାଦବ ଏକାକୀ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୭୯ରନ କରିବା ସହ ବିଜ ୟୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଶାନ୍‌ ରନ୍‌ ଖାତା ଖୋଲିପାରି ନଥିଲାବେଳେ କ୍ରୁନାଲ ପାଣ୍ଡ୍ୟା ୧୨ରନ୍‌ ତଥା ହାର୍ଦ୍ଦିକ ପାଣ୍ଡ୍ୟା ୧୯ବଲରୁ ଅପରାଜିତ ୨୩ରନ୍‌ କରିଥିଲେ । ବୋଲିଂରେ ରାଜସ୍ଥାନର ଶ୍ରେୟାର୍ସ ଗୋପାଳ ସର୍ବାଧିକ ଦୁଇୱିକେଟ ସଫଳତା ହାସଲ କରିଥିଲେ ।

Nalco
Leave A Reply