ଆମେ ଅନେକ ସମୟରେ ଅଧିକାଂଶ ଲୋକ ଙ୍କୁ ହାତରେ କଇଁଛ ମୁଦି ଧାରଣ କରି ଥିବାର ଦେଖିବାକୁ ପାଇଥାଉ l ଶାସ୍ତ୍ର ଅନୁସାରେ କଇଁଛ ମୁଦି ହାତରେ ଧାରଣ କରିବାର ମିଳିଥାଏ ଚମତ୍କାର ଲାଭ l ମାନ୍ୟତା ରହିଛି ଯେ କଇଁଛ ମୁଦ୍ରିକା ଧନ କୁ ଚୁମ୍ବକ ଆକର୍ଷିତ କଲାଭଳି ଆକର୍ଷିତ କରିଥାଏ l ଏହାକୁ ଧାରଣ କରିବା ବ୍ୟକ୍ତି ନିକଟରେ କଦାପି ପଇସାର ଅଭାବ ହୋଇ ନଥାଏ l
ଏହା ମଧ୍ୟ ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି କଇଁଛ ମୁଦ୍ରିକା ହାତରେ ଧାରଣ କରିଥାଏ ତା ପ୍ରତି ସର୍ବଦା ମାଲକ୍ଷ୍ମୀ ଙ୍କ କୃପା ରହିଥାଏ l ଏହି ମୁଦ୍ରିକା ଫେଙ୍ଗସୁଇ ବାସ୍ତୁ ଶାସ୍ତ୍ର ଭଳି କାର୍ଯ୍ୟ କରିଥାଏ l କିନ୍ତୁ ଏହାକୁ ଧାରଣ କରିବା ପାଇଁ କିଛିଟା ନିୟମ ରହିଛି , କଦାପି ଏହି ୪ ଟି ଭୁଲ କରିବା ଉଚିତ ନୁହେଁ l
* କଇଁଛ ମୁଦ୍ରିକା ସର୍ବଦା ରୂପା ରେ ବନେଇ ଧାରଣ କରନ୍ତୁ l ଅନ୍ୟ କୌଣସି ଧାତୁରେ ବନେଇ ଧାରଣ କରିବା ଶୁଭ ହୋଇ ନଥାଏ l
* ଯେବେବି କଇଁଛ ମୁଦ୍ରିକା ଧାରଣ କରିବେ ତା ପୂର୍ବରୁ ତାହାକୁ ଦୁଗ୍ଧ ଓ ଗଙ୍ଗା ଜଳ ରେ ଧୋଇବା ଜରୁରୀ ଏବଂ ଏହପରେ ମାତା ଲକ୍ଷ୍ମୀଙ୍କ ନିକଟରେ ସମର୍ପଣ କରନ୍ତୁ l ଏବଂ ଶ୍ରୀଶୁକ୍ତ ପାଠ କରନ୍ତୁ l ଏହାପରେ ହାତରେ ଧାରଣ କରନ୍ତୁ l
* ହାତରେ ମୁଦ୍ରିକା ଧାରଣ କରିବା ସମୟରେ ଏହା ଧ୍ୟାନ ଦିଅନ୍ତୁ ଯେ କଇଁଛ ର ମୁହଁ ଆପଣଙ୍କ ଆଡକୁ ରହିବ , ଏହାଦ୍ୱାରା ଧନ ଆପଣଙ୍କ ଆଡକୁ ଆକର୍ଷିତ ହେବ l
* କଇଁଛ ମୁଦ୍ରିକା କୁ ସର୍ବଦା ଦକ୍ଷିଣ ହସ୍ତର ମଧ୍ୟମା ଆଙ୍ଗୁଳି ନଚେତ ତର୍ଜନୀ ଅଙ୍ଗୁଳି ରେ ଧାରଣ କରିବା ଉଚିତ l ଏହାଦ୍ୱାରା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବ l