ଦୁବାଇ, ୮ା୯ (ଏଜେନ୍ସି) : ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏବଂ ଦଳର ଅଭିଜ୍ଞ ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନଙ୍କ ଚିନ୍ତାଧାରା ସମାନ । ଗତ ସିଜନରେ କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରତିନିଧିତ୍ୱ କରିଥିବା ଅଶ୍ୱିନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ଜୋସ୍ ବଟଲର୍ଙ୍କୁ ଆଉଟ୍ କରିଥିଲେ । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ପଣ୍ଟିଂ ସ୍ୱୀକାର କରିଛନ୍ତି ଯେ, ତାଙ୍କର ଅଶ୍ୱିନଙ୍କ ମତ ସମାନ । ପଣ୍ଟିଂ ଦୁବାଇ ପହଞ୍ଚିବା ପରେ ଅଶ୍ୱିନଙ୍କ ସହ ଏକ ଭଲ ଆଲୋଚନା ହୋଇଥିଲା । ଅଶ୍ୱିନ ଅନୁଭବ କରନ୍ତି ଯେ, ସେ ଖେଳର ନିୟମ ଅନୁଯାୟୀ ସବୁକିଛି କରନ୍ତି । ସେ ସମ୍ପୂର୍ଣ୍ଣ ଠିକ୍ । ଅଶ୍ୱିନଙ୍କ କଥାବାର୍ତ୍ତାରେ ପଣ୍ଟିଂଙ୍କୁ ତର୍କ କରିବାର ସୂତ୍ର ମିଳିଥିଲା । ଅଶ୍ୱିନ କହିଥିଲେ, ଯଦି ମୁଁ ଆଇପିଏଲ୍ର ଶେଷ ବଲ ବୋଲିଂ କରୁଛି, ଜିତିବା ବିପକ୍ଷ ଦଳର ଦୁଇ ରନ୍ ଆବଶ୍ୟକ ଅଛି । ନନ୍ଷ୍ଟ୍ରାଇକର୍ ଏଣ୍ଡର ବ୍ୟାଟ୍ସମ୍ୟାନ୍ ଦୌଡ଼ିବା ଆରମ୍ଭ କରନ୍ତି । ତେବେ ଆପଣମାନେ ମୋ’ଠାରୁ କ’ଣ ଆଶା କରିବେ । ସୂଚନା ଥାଉ କି ଗତ ଆଇପିଏଲ୍ ସଂସ୍କରଣରେ ରବି ଚନ୍ଦ୍ରନ ଅଶ୍ୱିନ ମଙ୍କଡ଼ିଂ ଦ୍ୱାରା ବେନ୍ ଷ୍ଟ୍ରେକ୍ସଙ୍କୁ ଆଉଟ୍ କରି ତୀବ୍ର ସମାଲୋଚିତ ହୋଇଥିଲେ । ଏଭଳି ନିୟମରେ ସଂଶୋଧନର
ଆବଶ୍ୟକତା ଅଛି ବୋଲି ବହୁ ବରିଷ୍ଠ ଖେଳାଳି ମତ ଦେଇଥିଲେ । ଏପରି କି ଆଇସିସି ମଙ୍କଡ଼ିଂ ନିୟମକୁ ଉଚ୍ଛେଦ କରୁ ବୋଲି ନିବେଦନ କରାଯାଇଛି ।
