Odisha news

ଶିକ୍ଷା ବିଭାଗର ଲାଞ୍ଚ କାରବାର ଭାଇରାଲ ଅଡ଼ିଓ ଘଟଣା ସତ୍ୟ ସ୍ୱୀକାର କଲେ ହିସାବ ରକ୍ଷକ

0

ରାୟଗଡା,୨୫ ।୮(Rabindra Patkhandal) :  ବକେୟା ଦରମା କରିବା ପାଇଁ ଲାଞ୍ଚ ଲାଗୁଥିବା ଭାଇରାଲ ଅଡିଓ ଘଟଣା ପାଇଁ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ । ଅଭିଯୁକ୍ତ ଓ ଅଭିଯୋଗକାରୀ ଉଭୟଙ୍କୁ ନେଇ ଦିର୍ଘ ଦୁଇ ଘଣ୍ଟାଧରି ଘଟଣାର ସତ୍ୟାସତ୍ୟ ନେଇ ତର୍ଜମା । ଶେଷରେ ଲାଞ୍ଚ ମାଗିଥିବା ନେଇ ଭାଇରୋଲ ଅଡ଼ିଓ କଥା ସତ୍ୟ ସ୍ୱୀକାର କଲେ ଉଭୟ ପକ୍ଷ ଲାଞ୍ଚ ମାଗିଥିବା ବ୍ଳକ ହିସାବ ରକ୍ଷକ ଏବଂ ଅଭିଯୋଗ କାରିଣୀ ଶିକ୍ଷତ୍ରୀ ଘଟଣାଟି ସତ୍ୟ ବୋଲି ଲିଖିତ ଆକାରରେ ଦେଇଛନ୍ତି ତଦନ୍ତକାରୀ କମିଟିକୁ ।

ଅଡ଼ିଓ ଭାଇରୋଲ ହେବା ପରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ସତ୍ୟା ସତ୍ୟକୁ ନେଇ ଏକ କମିଟି ଗଠନ କରି ତୁରନ୍ତ ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ଆଦେଶ ଦେଇଛନ୍ତି । ଏହି ଆଦେଶ ପ୍ରକାରେ ଜିଲ୍ଲାଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା ଜିଲ୍ଲା ସମଗ୍ର୍ ଶିକ୍ଷାର ପ୍ରକଳ୍ପ ସଂଯୋଜିକା ଆନେସ୍ତେଥିଆ କେରକେଟାଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଯେ ହେତୁ ସମଗ୍ର ଶିକ୍ଷା ଯୋଜନା ଅଧିନରେ ଏହି କାର୍ଯ୍ୟାଳୟ ଆସୁଛି ।

ଏ ନେଇ ଡିପିସି, ରାୟଗଡା ବ୍ଲକ ଶିକ୍ଷାଧିକାରୀ, ଏଫି.ସି ଏବଂ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ନେଇ କମିଟି ଗଠନ ହୋଇଛି । ଉଭୟ ପକ୍ଷଙ୍କ ସହ କୋଲନରା ବିଇଓଙ୍କୁ ଡାକିି ଘଟଣା ସଂପର୍କରେ ରୁର୍ଦ୍ଦ ଦ୍ୱାର କୋଠରୀରେ ପଚରା ଉଚରା କରାଯାଇଥିଲା । ଉଭୟ ପକ୍ଷ ଅଡିଅ ବାର୍ତ୍ତାକୁ ସ୍ୱୀକାର କରିଥିଲେ । ପରେ ଘଟଣା ସଂପର୍କରେ ନିଜ ନିଜ ପକ୍ଷରୁ ଲିଖିତ ଆକାରରେ ତଦନ୍ତକାରୀ କମିଟିକୁ ପ୍ରଦାନ କରିଛନ୍ତି । ଖବର ପରିବେଷଣ ସୁଦ୍ଧା କମିଟି ଘଟଣାର ଯାଞ୍ଚ ଚାଲୁ ରଖିଛି । ଏ ବିଷୟରେ ସମଗ୍ର ଶିକ୍ଷା ସଂଯୋଜିକା ଆନେସ୍ତେଥିଆ କେର୍କେଟାଙ୍କୁ ପଚାରିବାରୁ ଘଟଣାଟି ସତ୍ୟ ଅଟେ ଉଭୟ ପକ୍ଷ ଦେଇଥିବା ଲିଖିତ ପ୍ରକାରେ କମିଟି ବିଚାର କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବ ।

ପ୍ରକାଶ ଥାଉକି କଲୋନରା ବିଇଓ କାର୍ଯ୍ୟାଳୟର ଚୁକ୍ତିଭିତିକ ହିସାବ ରକ୍ଷକ ସାହିଦା ପରବିନ ବକେୟା ଦରମା କରିବା ପାଇଁ କଲୋନରା ବ୍ଳକ ଅନ୍ତଗତ ଭାଗୁଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟୀକା ଜୋତ୍ରୀମୟୀ ମଲ୍ଲିକଙ୍କ ଠାରୁ ୩ମାସର ଦରମା ୧୯ହଜାର ୨ଶହ ଟଙ୍କା ବାବଦରେ ୧୦ହଜାର ଟଙ୍କା ଲାଞ୍ଚ ମାଗୁଥିବା ଅଡ଼ିଓ ଭାଇରାଲ ହୋଇଥିଲା । ସେଥିରେ କୁହାଯାଇଥିଲା ଯେ ଏହି ଲାଞ୍ଚ ଟଙ୍କା ଡ଼ିପିସି ଅଫିସ ଠାରୁ ବିଇଓ କାର୍ଯ୍ୟାଳୟର ମସସ୍ତ ସର୍କଲ ଶିକ୍ଷା ଅଧିକାରୀଙ୍କୁ ଦେବାକୁ ପଢିବ ବୋଲି କହୁଥବା ବେଳେ ଶେଷରେ ୫୦୦୦ଟଙ୍କା ଦେବାକୁ ଶିକ୍ଷୟତ୍ରୀ ମଳ୍ଳିକଙ୍କ ସ୍ୱାମୀ ଅନୁରୋଧ କରୁଥିଲେ । ଅଡିଓ ବାର୍ତ୍ତାଆଳାପ ପ୍ରଘଟ ହେବା ପରେ ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ନେଇ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି ।

Leave A Reply