ଆଷାଢ଼ ମାସ ଆସିଲା ମାତ୍ରକେ ଅପେକ୍ଷା ରହିଥାଏ ମହାପ୍ରଭୁ ଙ୍କର ରଥଯାତ୍ରା କୁ, କୋଟି ଓଡ଼ିଆର ମଉଡମଣି ମହାପ୍ରଭୁ ଜଗନ୍ନାଥ ଆବିର୍ଭାବ ହେବେ ରଥ ଉପରକୁ, ଦେଖି ତାଙ୍କ ଦିବ୍ୟ ରୂପ ରୂପ ଦୂର ହେବ ଦୁଃଖୀର ସବୁ ଦୁଃଖ, ଦୂର ହେବ ୭ଜନ୍ମ ର ପାପ, ମିଳିବ ପୁଣ୍ୟ l ଯେତେବେଳେ ଭଗବାନ ଓ ଭକ୍ତ ଙ୍କ ର ୪ ଚକ୍ଷୁ ର ମିଳନ ହୋଇଥାଏ, ସେତେବେଳେ କେତେ ଜନ୍ମର ଦୁଃଖ ଭକ୍ତ ଭୁଲି ଯାଇଥାଏ l
ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ପ୍ରଭୁଙ୍କର ପବିତ୍ର ରଥଯାତ୍ରା ପର୍ବ ଅନୁଷ୍ଠିତ ହୋଇଥାଏ, ଏବଂ ଏହି ଦିନ ଲୋକାରଣ୍ୟ ହୋଇ ଉଠିଥାଏ ବଡ଼ ଦାଣ୍ଡ , ଚଳିତ ବର୍ଷ ରଥଯାତ୍ରା ର ପବିତ୍ର ଦିନଟି ଜୁନ ୨୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ, ମାନ୍ୟତା ରହିଛି ଯେ ଜଗନ୍ନାଥ ଙ୍କ ରଥ ଦଉଡି ଟାଣିବା ଦ୍ୱାରା ପାପ କ୍ଷୟ ହୋଇଥାଏ l
ମାନ୍ୟତା ଅନୁସାରେ ଯଦି ଆପଣ ରଥଯାତ୍ରା ସମୟ ରେ ବଡ଼ ଦାଣ୍ଡରୁ କିଛିଟା ଜିନିଷ ଆଣୁଛନ୍ତି, ତେବେ ଆପଣଙ୍କ ଜୀବନ ରେ ମା ଲକ୍ଷ୍ମୀ ଙ୍କ କୃପା ସହିତ ଭଗବାନ ବିଷ୍ଣୁ ଙ୍କ କୃପା ରହିବ l
– ରଥଯାତ୍ରା ସମୟ ରେ ବଡ଼ଦାଣ୍ଡରୁ ବେତ ବାଡ଼ି ଆଣିବା ଖୁବ ପବିତ୍ର ବୋଲି ଗ୍ରହଣ କରାଯାଇଥାଏ, ଟଥଯାତ୍ରା ସମୟ ରେ ଏହାକୁ ଭକ୍ତ ମାନଙ୍କୁ ସ୍ପର୍ଶ କରାଯାଏ, ଯାହାଦ୍ୱାରା ବଳ , ବୁଦ୍ଧି ଓ ଯଶ ର ପ୍ରାପ୍ତି ହୋଇଥାଏ l ଏବଂ ଏହି ବେତ କୁ ପୂଜା ସ୍ଥାନ ରେ ରଖିବା ଦ୍ୱାରା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ l
– ମହାପ୍ରଭୁ ଙ୍କ ନିର୍ମାଲ୍ୟ ର ମଧ୍ୟ ଖୁବ ମହତ୍ୱ ରହିଛି , ରଥଯାତ୍ରା ବଡଦାଣ୍ଡ ରେ ମିଳୁଥିବା ନିର୍ମାଲ୍ୟ ଯଦି ଘରକୁ ଆଣୁଛନ୍ତି ତେବେ ଲକ୍ଷ୍ମୀଙ୍କ କୃପା ଘର ପରିବାର ଉପରେ ସର୍ବଦା ରହିଥାଏ l ଓଡ଼ିଆ ଘରର ପ୍ରତ୍ୟେକ ଶୁଭ କାର୍ଯ୍ୟ ରେ ନିର୍ମାଲ୍ୟ ର ମହତ୍ୱ ରହିଛି l
– ଶେଷ ଜିନିଷ ଟି ହେଲା ସିନ୍ଦୁର , ମା ଲକ୍ଷ୍ମୀ ଙ୍କ ର ଖୁବ ପ୍ରିୟ ଅଟେ ସିନ୍ଦୁର, ଯଦି ଆପଣ ରଥଯାତ୍ରା ସମୟ ରେ ବଡଦାଣ୍ଡ କୁ ଯାଉଛନ୍ତି ତେବେ ସିନ୍ଦୁର ପୁଡିଆ ଟିଏ ନିଶ୍ଚିନ୍ତ ଆଣନ୍ତୁ l ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ l ଏବଂ ଘରକୁ ସୁଖ ସମୃଦ୍ଧି ର ଆଗମନ ହେବ l