Odisha news

ଗୁଣ୍ଡିଚା ଆଡ଼ପ ମଣ୍ଡପ ଅଭଡ଼ା ପାଇ ଖୁସି ହେଲେ ଶ୍ରଦ୍ଧାଳୁ

0
ପୁରୀ: ରବିବାର ଅପରାହ୍ନରେ ବାହାରିଛି ଗୁଣ୍ଡିଚା ମନ୍ଦିରରେ ବାହାରିଛି ଆଡ଼ପ ମଣ୍ଡପ ଅଭଡ଼ା । ଯାହାକୁ ପାଇ ଆଜି ଭକ୍ତ ମାନେ ପରମ ଆନନ୍ଦ ଲାଭ କରିଛନ୍ତି।
ଗତ କାଲି ସନ୍ଧ୍ୟାରେ ରଥାରୂଢ଼ ବିଗ୍ରହ ମାନେ ପହଣ୍ଡି ହୋଇ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ଆଜି ସକାଳୁ ମନ୍ଦିରରେ ବିଗ୍ରହ ମାନଙ୍କର ଦୈନନ୍ଦିନ ନୀତି କାନ୍ତି ଅନୁଷ୍ଠିତ ହୋଇ ଥିଲା। ଦ୍ଵାର ଫିଟା, ମଙ୍ଗଳ ଆଳତି, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା ଇତ୍ୟାଦି ପରେ ସକାଳ ଧୂପ ପୂଜା ବସି ଥିଲା। ଅପରାହ୍ନ ପ୍ରାୟ ୨ ଟା ୩୦ ମିନିଟରେ ଅଭଡ଼ା ବାହାରି ଥିଲା। ସେହିପରି ସନ୍ଧ୍ୟା ରେ ମଧ୍ୟ ମଧ୍ୟାହ୍ନ ଧୂପ ପ୍ରସାଦ ବାହାରିଛି। ଗୁଣ୍ଡିଚା ମନ୍ଦିର ଅଭଡ଼ା ନେବା ପାଇଁ ଆଜି ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇ ଥିଲା। ଦର୍ଶନ କରିବା ନିମନ୍ତେ ବାହାରୁ ଆସୁଥିବା ଭକ୍ତ ମାନେ ମଧ୍ୟ ଅଭଡ଼ା ସେବନ କରିବା ସହ ଘରକୁ ନେଇ ଥିବାର ଦେଖା ଯାଇଛି।
Govt
Leave A Reply