ଆସୁଛି ଇଂରାଜୀ ନୂତନ ବର୍ଷ ୨୦୨୬ , ୨୦୨୬ ରେ ଗ୍ରହ ମାନଙ୍କର ସ୍ଥିତିରେ ବିଶେଷ ପରିବର୍ତ୍ତନ ହେବ, ତେଣୁ ଏହାକୁ ନେଇ ଜ୍ୟୋତିର୍ବିଦ ସମସ୍ତ ରାଶିକୁ ନେଇ ଗଣନା କରିଛନ୍ତି l ଆଜି ଆସନ୍ତୁ ଜାଣିବା ମେଷ ରାଶି, ବୃଷ ରାଶି ଓ ମିଥୁନ ରାଶି ବ୍ୟକ୍ତି ବିଶେଷ ଙ୍କ ର ବର୍ଷ ୨୦୨୬ କିପରି ରହିବ l
* ମେଷ ରାଶି –
୨୦୨୬ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ମିଶ୍ର ଫଳ ଦେବ, ବର୍ଷ ଆରମ୍ଭରେ କାମର ଚାପ ରହିବ ଓ ଉପରସ୍ଥ ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ, କିନ୍ତୁ ମଇ -ଜୁନ ମାସ ମଧ୍ୟରେ ନୂଆ ଚାକିରୀ ସହିତ ପଦୋନ୍ନତି ହେବାର ସମ୍ଭାବନା ରହିଛି l
ବର୍ଷର ମଝି ଭାଗରେ ବ୍ୟବସାୟ ରେ ସଫଳତା ମିଳିପାରେ କିନ୍ତୁ ଭାବି ଚିନ୍ତି ନିଷ୍ପତି ନେବା ଜରୁରୀ l ବର୍ଷ ଆରମ୍ଭରେ ଅଧିକ ଖର୍ଚ୍ଚ ହୋଇପାରେ କିନ୍ତୁ ସଂଚୟ କୁ ଧ୍ୟାନ ଦେବା ଜରୁରୀ l ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ l ଏବଂ ବୈବାହିକ ଜୀବନ ରେ ସାମାନ୍ୟ ମନାନ୍ତର ଓ ମତାନ୍ତର ହୋଇପାରେ, ତେଣୁ ନିଜ କଥା କହିବାରେ ସତର୍କ ରହିବେ l
ବିପି ସମସ୍ୟା, ନିଦ ସମ୍ବନ୍ଧୀୟ ସମସ୍ୟା, ମାନସିକ ଚାପ ବୃଦ୍ଧି ହୋଇପାରେ, ନିରାକରଣ ପାଇଁ ପ୍ରତି ମଙ୍ଗଳବାର ହନୁମାନ ଚାଳିଶା ପଢନ୍ତୁ ଏବଂ ଶନିବାର ଦିନ ଦାନ ଧର୍ମ କରନ୍ତୁ l
* ବୃଷ ରାଶି –
ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୬ ଆରମ୍ଭ ଓ ମଧ୍ୟଭାଗ ରେ ଆର୍ଥିକ ଉନ୍ନତି, କ୍ୟାରିଅର ରେ ସଫଳତା ଆଣିବା ସହିତ ପାରିବାରିକ ସୁଖ ଆଣିବ, କିନ୍ତୁ ସ୍ୱାସ୍ଥ୍ୟ, ସମ୍ପର୍କ ଓ ନିବେଶ କୁ ନେଇ ସତର୍କ ରହିବେ l ବୃହସ୍ପତି ଓ ଶୁକ୍ର ଙ୍କ ପ୍ରଭାବ ଆପଣଙ୍କ ରାଶି ଉପରେ ଶୁଭଫଳ ଦେବ l କିନ୍ତୁ ରାହୁ -କେତୁ ଙ୍କର ସାମାନ୍ୟ ଖରାପ ପ୍ରଭାବ ରହିବ l
ଚାକିରିଆ ଓ ବ୍ୟବସାୟୀ ଉଭୟଙ୍କ ଶୁଭ ସମୟ ରହିବ, ପ୍ରମୋସନ ମିଳିବା ସହିତ ନୂଆ ସହଯୋଗ ମିଳିବ l ବ୍ୟବସାୟ ରେ ଭଲ ଲାଭ ମିଳିବ , ଆର୍ଥିକ ସ୍ଥିତି ମଜବୁତ ହେବ, ପାରିବାରିକ ଜୀବନ ସୁଖମୟ ହେବ, ପ୍ରତି ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ l
ଏବଂ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଶୁଭ ଫଳ ମିଳିବାର ସମ୍ଭାବନା ରହିଛି, ୨୦୨୬ ରେ ବୃଷ ରାଶି ର ବ୍ୟକ୍ତି ଙ୍କ ପାଇଁ ସ୍ଥିରତା ଓ ଆତ୍ମବିଶ୍ଵାସ ର ବର୍ଷ ହେବ l
* ମିଥୁନ ରାଶି –
୨୦୨୬ ଅନୁସାରେ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଅଚାନକ ବଡ଼ ପରିବର୍ତ୍ତନ ହେବ , ଆର୍ଥିକ ସ୍ଥିତିରେ ସ୍ଥିରତା ଆସିବ, ସଂଚୟ କୁ ନେଇ ସତର୍କ ରହିବ ଜରୁରୀ, ବୃହସ୍ପତିଙ୍କ କୃପାରୁ ନୂଆ ଆୟର ମାଧ୍ୟମ ଆସିବ, ବୃହସ୍ପତି ଙ୍କ କୃପାରୁ ଶିକ୍ଷା, ରାଜନୀତି ଓ ମିଡ଼ିଆ କ୍ଷେତ୍ରରେ ସଫଳତା ମିଳିବ l ବର୍ଷ ଆରମ୍ଭରେ ସମ୍ପତି ଓ ବାହାନ ସମ୍ବନ୍ଧିତ ମାମଲାରେ ସତର୍କ ରହିବେ l
ପୁରୁଣା ସମ୍ପର୍କ ରେ ବିଶ୍ୱାସ ବଢିବ, ଏହି ବର୍ଷ ଆପଣଙ୍କ ପାଇଁ ଭାବନାତ୍ମକ ସ୍ଥିତିକୁ ଗଭୀର କରିବ, ପ୍ରେମ ସମ୍ବନ୍ଧରେ ସ୍ପଷ୍ଟତା ଆସିବ, ପରିଜନ ଙ୍କ ସହିତ ଭଲ ସମୟ ଅତିବାହିତ ହେବ l
୨୦୨୬ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଧର୍ଯ୍ୟ ଓ ପରିଶ୍ରମ ର ବର୍ଷ ହେବ, କଠିନ ପରିଶ୍ରମ ଦ୍ୱାରା ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ l
* କର୍କଟ ରାଶି –
୨୦୨୬ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ କ୍ୟାରିଅର ରେ ଉନ୍ନତି ଓ ବିତିୟ ସ୍ଥିରତାର ବର୍ଷ ରହିବ, ବର୍ଷ ଆରମ୍ଭରେ ଅଧିକ ଖର୍ଚ୍ଚ ହେବ, କିନ୍ତୁ ବର୍ଷ ର ମଧ୍ୟମ ଓ ଦ୍ଵିତୀୟ ଭାଗରେ ବୃହସ୍ପତି ଓ ଅନ୍ୟ ଗ୍ରହ ମାନଙ୍କର ପ୍ରଭାବ ରୁ ଆତ୍ମବିଶ୍ୱାସ , ନୂଆ ପରିଚୟ, ଏବଂ ବିଦେଶ ଯାତ୍ରାର ସୁଯୋଗ ରହିଛି l
ବିଶେଷ ଭାବରେ ଅନଲାଇନ ରେ କାମ କରୁଥିବା ବ୍ୟକ୍ତି ଓ କଣ୍ଟେଣ୍ଟ କ୍ରିଏଟର ଙ୍କ ପାଇଁ ଏହି ବର୍ଷ ବିଶେଷ ଫଳ ଦେବ l ବୈବାହିକ ଜୀବନ ରେ ସତର୍କ ରହିବା ଜରୁରୀ l ଆର୍ଥିକ ସ୍ଥିତି ଭଲ ରହିବ, ମଙ୍ଗଳ-ରାହୁ ଙ୍କ ଯୋଗ କାରଣରୁ ବିପଦ ପୁର୍ଣ ନିବେଶ ରୁ ଦୁରେଇ ରୁହନ୍ତୁ l
ଛାତ୍ରଛାତ୍ରୀ ଙ୍କ ପାଇଁ ଏହି ବର୍ଷ ବିଶେଷ ଫଳପ୍ରଦ ହେବ, ଏହି ବର୍ଷ ଆପଣଙ୍କ ପାଇଁ ପରିବର୍ତ୍ତନ ର ବର୍ଷ ହେବ, ଗୃରୁବାର ଦିନ ବୃହସ୍ପତିଙ୍କୁ ପୂଜା କରନ୍ତୁ , ଏବଂ ବିଷ୍ନୁ ମନ୍ଦିରରେ ହଳଦିଆ ପ୍ରସାଦ ଅର୍ପଣ କରନ୍ତୁ l
