ଦଇତାପତିଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶ୍ୱକର୍ମା ମହାରଣା : ଏତେ ଶୀଘ୍ର ରଥ ନିର୍ମାଣ କାର୍ଯ୍ୟ ହେଇପାରିବନି
ପୁରୀ: ଦଇତାପତିଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶ୍ୱକର୍ମା ମହାରଣା। ଦଇତାପତିମାନେ ନିଜ ସ୍ୱାର୍ଥ ଓ ପାଉଣାକୁ ନେଇ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମେ’ ୩ ପରେ ରଥ ନିର୍ମାଣ ପାଇଁ ପ୍ରଶାସନ ଅନୁମତି ଦେଲେ ମଧ୍ୟ ରଥ ନିର୍ମାଣ ସମ୍ଭବ ନୁହେଁ ବୋଲି ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି।