Odisha news

ପଲ୍ଲିଶ୍ରୀ ମେଳା ଆକର୍ଷିତ କରୁଛି ପର୍ଯ୍ୟଟକ ଓ ଦର୍ଶକଙ୍କୁ

0

ପୁରୀ:  ରଥଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଭୋଳାନାଥ ବିଦ୍ୟପୀଠ ଠାରେ ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ଆୟୋଜିତ ହୋଇଛି ପଲ୍ଲିଶ୍ରୀ ମେଳା। ରଥଯାତ୍ରା ପୂର୍ବ ସଂଧ୍ୟାରେ ଏହି ମେଳା ଉଦଘାଟିତ ହୋଇଛି।  ଏହି ମେଳାରେ ମୋଟ ୨୮୦ ଗୋଟି ଷ୍ଟଲ ହୋଇଛି।  ତନ୍ମଧ୍ୟରୁ ୨୫୫ ଗୋଟି  କାରିଗର ମାନଙ୍କର ଥିବା ବେଳେ ୨୫ ଟି ଖାଦ୍ୟ ଷ୍ଟଲ। ଆମ ରାଜ୍ୟର ସମସ୍ତ ଜିଲ୍ଲା ସହ ରାଜ୍ୟ ବାହାରୁ ଆନ୍ଧ୍ରପ୍ରଦେଶ, ଆସାମ, ଦିଲ୍ଲୀ, ଗୁଜରାଟ, ହରିୟାଣା, ଜାମ୍ମୁ ଓ କାଶ୍ମୀର,ମଣିପୁର, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଗଂ, ପଞ୍ଜାବ, ଝାଡ଼ଖଣ୍ଡ,ଉତ୍ତର ପ୍ରଦେଶ ପ୍ରଭୃତି ୧୪ ରାଜ୍ୟର ଷ୍ଟଲ ଲାଗିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫଟୋ ଚିତ୍ର ପ୍ରଦର୍ଶନୀର ଆୟୋଜନ ହୋଇଛି ଯାହାକି ଦର୍ଶକ ଙ୍କୁ ବେଶ ଆକୃଷ୍ଟ କରୁଛି। ବିଶେଷ କରି ମହାପ୍ରଭୁଙ୍କ ବିଭିନ୍ନ ଦୁର୍ଲ୍ଲଭ ଫଟୋ ,ତଥ୍ୟାବଳୀ ଓ ସୂଚନା ସହ ଉନ୍ନୟନ ର ଫଟୋ ଚିତ୍ର ପ୍ରଦର୍ଶନ ସମସ୍ତ ଙ୍କ ମନ ମୋହୁଛି। ଜୁଲାଇ ୪ ତାରିଖ ସୁଦ୍ଧା ପ୍ରାୟ ୧ କୋଟି ୪୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟବସାୟ ହୋଇଛି ବୋଲି ଓରମାସ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ପ୍ରଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି। କରୋନା ପାଇଁ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଏହି ମେଳା ଚଳିତ ବର୍ଷ ଆୟୋଜନ ଓ ବ୍ୟବସାୟ ଆଶାନୁରୂପ ହେଉଥିବାରୁ ବ୍ୟବସାୟୀ ମାନେ ଖୁସି ଥିବା ଜଣା ଯାଇଛି।

Govt
Leave A Reply