Odisha news

ବିଜ୍ଞାନ ପାର୍କରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

0

ଫୁଲବାଣୀ; ଫୁଲବାଣୀସ୍ଥିତ ବିଜ୍ଞାନ ପାର୍କରେ ବିଜ୍ଞାନ ଭିତିକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଫୁଲବାଣୀ ସହରସ୍ଥିତ ସମସ୍ତ ବିଦ୍ୟାଳୟର ସପ୍ତମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଅୟୋଜିତ କରାଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇଜଣ ଓ କିଛି ବିଦ୍ୟାଳୟର ଜଣେ ଲେଖାଏଁ ଏହିପରି ମୋଟ ୨୩ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭିକ ସ୍ତରରେ ଆଜି ପୂର୍ବାହ୍ନରେ ପ୍ରତିଯୋଗୀମାନଙ୍କୁ ନେଇ ପ୍ରଥମେ ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହା ୨୫ ନମ୍ବର ବିଶିଷ୍ଟ ଲିଖିତ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରୁ ଅଧିକ ନମ୍ବର ରଖିଥିବା ଶ୍ରେଷ୍ଠ ୫ଟି ବିଦ୍ୟାଳୟର ୧୦ ଜଣ ପ୍ରତିଯୋଗୀ ଫାଇନାଲ୍ ପର୍ଯ୍ୟାୟକୁ ଉତୀର୍ଣ୍ଣ ହୋଇଥିଲେ । ଫାଇନାଲ୍ ପ୍ରତିଯୋଗିତାଟି ପାଂଚ ପର୍ଯ୍ୟାୟ ବିଶିଷ୍ଟ ମୌଖିକ ପ୍ରତିଯୋଗିତା ହୋଇଥିଲା । ଏହି ପର୍ଯ୍ୟାୟରେ କେନ୍ଦ୍ରୀୟ ବିଦ୍ୟାଳୟ, ପବ୍ଲିକ୍ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ସତ୍ୟସାଇ ଉପ୍ରା ବିଦ୍ୟାଳୟ ଓ ଏଜେଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ପର୍ଯ୍ୟାୟଟିକୁ ଜିଲ୍ଳା ଲୋକ ସମ୍ପର୍କ ବିଭାଗର ଗ୍ରନ୍ଥାଗାର ହରପ୍ରସାଦ ମହାପାତ୍ର, ସାଇନ୍ସ୍ ସୁପରଭାଇଜର ଅଶୋକ କୁମାର ପାତ୍ର ଓ ବିଜ୍ଞାନ ଶିକ୍ଷକ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

କୁଇଜ୍ ପ୍ରତିଯୋଗିତାରେ ପବ୍ଲିକ୍ ସ୍କୁଲର ଛାତ୍ରୀ ନିବେସାୟା ଋତୁପର୍ଣ୍ଣା ତି୍ରପାଠୀ ଓ ଦିପ୍ଶିଖା ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଆୟୁଷ ରଥ ଓ ଅଖିଳ କୁମାର ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପ୍ରତିଯୋଗୀମାନେ ଉତର ଦେଇପାରିନଥିବା ପ୍ରଶ୍ନର ସଠିକ୍ ଉତର ଦେଇଥିବା ଦର୍ଶକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାର ବିକାଶ ଚନ୍ଦ୍ର ପ୍ରଧାନ ବିଶିଷ୍ଠ ବୈଜ୍ଞାନିକ ସିଭି ରମଣଙ୍କ ପ୍ରତିମୂର୍ତିରେ ପୁଷ୍ଠ ମାଲ୍ୟ ଦେଇ ଉଦ୍ଘାଟନ କରିଥିଲେ ।

ବିଘ୍ନେଶ୍ୱର ମହାନ୍ତି ଓ ସରୋଜ ପାତ୍ର ପ୍ରମୁଖ ସ୍କୋରର୍ ଦାୟିତ୍ୱ ନିର୍ବାହ କରିଥିଲେ । ବରିଷ୍ଠ ଆଇନ୍ଜୀବୀ ବିଜୟକୃଷ୍ଠ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍ୱାତୀ ଅନୁଷ୍ଠାନର ସମ୍ପାଦକ ଇଂ.ହରିଶଙ୍କର ରାଉତ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାତୀର କର୍ମୀ ଅଶୋକ କୁମାର ତି୍ରପାଠୀ, ପୂର୍ବତନ ସାଇନ୍ସ ସୁପରଭାଇଜର ନାରାୟଣ ପ୍ରଧାନ, ଶିକ୍ଷକ ସନ୍ତୋଷ କୁମାର ରଥ, ଶଙ୍କର ନାରାୟଣ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ୨୬ ତାରିଖରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଆଗାମୀ ୨୮ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

Leave A Reply