Odisha news

ଚୀନ ଜାହାଜର ୨୫ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

0

ଆଜି ପାରାଦୀପ ବନ୍ଦରକୁ ପଣ୍ୟ ଖଲାସ କରିବା ପାଇଁ ଆସିଥିବା ଏକ ଜାହାଜ ‘ଏମ୍ଟି ଚେମରୋଡ୍ ଲିଲି’ର ୨୫ ଜଣ ସଦସ୍ୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହି ଜାହାଜଟି ଚୀନ୍ର ଝେଙ୍ଗ୍ଝିଆଙ୍ଗ ବନ୍ଦରରୁ ବାହାରି ସିଙ୍ଗାପୁର ଦେଇ ଆସିଛି । ଏଣୁ ଜାହାଜର ସଦସ୍ୟମାନେ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ଆଜି ପୋର୍ଟ ଟ୍ରଷ୍ଟ ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ବନ୍ଦର ମଧ୍ୟରେ ପ୍ରବେଶ କରି ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ । ସମସ୍ତଙ୍କର ରକ୍ତ ନମୂନା ନେଗେଟିଭ୍ ଥିବା ମଧ୍ୟ ଜଣାପଡ଼ିଛି । ରିପୋର୍ଟ ନେଗେଟିଭ୍ ଥିଲେ ମଧ୍ୟ ଜାହାଜର କର୍ମଚାରୀମାନଙ୍କୁ ସ୍ଥଳ ଭାଗ ଛୁଇଁବା ପାଇଁ ଅନୁମତି ମିଳି ନାହିଁ । ଏହି ଜାହାଜଟି ଇଫ୍କୋ ନିମନ୍ତେ ସଲଫୁ୍ୟରିକ ଏସିଡ୍ ଆଣି ପାରାଦୀପ ଆସିଛି । ଗତ ଦୁଇ ଦିନ ତଳେ ଚୀନରୁ ଆସିଥିବା ଆଉ ଏକ ଜାହାଜକୁ ମଧ୍ୟ ପାରାଦୀପ ବନ୍ଦରରେ ଯାଞ୍ଚ କରିବା ପରେ ଏହାର ସଦସ୍ୟଙ୍କୁ ଛଡ଼ା ଯାଇଥିଲା ।

Leave A Reply