Odisha news

କାନଫେଷ୍ଟ ୨୦୨୩ ; ସପ୍ତମ ସଂଧ୍ୟାରେ ‘ବେଟର ହାଫ୍’.

0
ପାରାଦୀପ – କାନଫେଷ୍ଟ ୨୦୨୩ର ସପ୍ତମ ସଂଧ୍ୟାରେ ଦର୍ଶକଙ୍କ ପାଇଁ ଆଜି ମଞ୍ଚସ୍ଥ ହୋଇଛି ହିନ୍ଦୀ ନାଟକ ‘ବେଟର ହାଫ୍’ । ମଧ୍ୟପ୍ରଦେଶ ଭୋପାଳର ‘ଚେତନ ରଙ୍ଗ ସମୋହ’ର କଳାକାରମାନେ ନିଖୁଣ କଳା ପ୍ରଦର୍ଶନ କରିଥିଲେ । ନିର୍ଦ୍ଦେଶକ ଆଶିଷ ଶ୍ରୀବାସ୍ତବଙ୍କ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ଏହି ନାଟକ ବୃଦ୍ଧ ବେଙ୍ଗଲୀ ଦମ୍ପତିଙ୍କ ଜୀବନକୁ ନେଇ ଗତିଶୀଳ । ୩୦ ବର୍ଷର ଦାମ୍ପତ୍ୟ ଜୀବନରେ ଉଭୟଙ୍କ ପ୍ରେମ ଇର୍ଷଣୀୟ ଥିଲା । ସମୟ ଚକ୍ରରେ ପତ୍ନୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୁଏ । ସ୍ଵାମୀ ଜାଣିବାକୁ ପାଆନ୍ତି ଯେ ମେଡିକାଲରେ ତ୍ରୁଟିପୂର୍ଣ୍ଣ ଅବହେଳା ଯୋଗୁଁ ସ୍ତ୍ରୀଙ୍କ ମୃତ୍ୟୁ ଘଟୁଛି ସେବେଠୁ ସେ ନ୍ୟାୟ ପାଇଁ ଲଢେଇ କରନ୍ତି । ମେଡିକାଲର ଧମକ ସତ୍ବେ ସେ ଲଢେଇ କରି କେସ ଜିତନ୍ତି ଏବଂ କ୍ଷତିପୂରଣ ଅର୍ଥ ରାଶିକୁ ଏକ ଦାତବ୍ୟ ସଂଗଠନକୁ ଦାନ କରି ଦିଅନ୍ତି ।
ଏଭଳି ଏକ ସଂଘର୍ଷମୟ କାହାଣୀକୁ ନେଇ କାହାଣୀ ଗତିଶୀଳ ହେଉଛି ।  ନାଟକରେ ରାଜୀବ ଶ୍ରୀବାସ୍ତବ, ନୀତି ଶ୍ରୀବାସ୍ତବ, ବିବେକ ତ୍ରୀପାଠୀ, ଗୌରବ ଝୋଡେ , ସୁନୀତା ଅହିରେ, ଆଶିଷ ଓଝା ପ୍ରମୁଖ ଅଭିନେତାଙ୍କ ଅଭିନୟ ମନ୍ତ୍ରମୁଗ୍ଧ କରିଥିଲା । ନାଟକ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ରାଜ୍ୟ ବାଣିଜ୍ୟ ଓ ପରିବହନ ସ୍ବତନ୍ତ୍ର ସଚିବ ସଞ୍ଜୟ କୁମାର ମିଶ୍ର, ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର, ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ଏବଂ ପାରାଦୀପ ବନ୍ଦରର ସଚିବ ଡଃ ପିଏନ ବେହେକର ଅତିଥି ଭାବେ ଯୋଗ ଦେଇଥିଲେ । ଆଜି ସନ୍ଧ୍ୟାରେ ପ୍ରଦର୍ଶିତ ନାଟକ ଦେଖି ମନ୍ତ୍ର ମୁଗ୍ଧ ହେବା ସହ କଳାକାର ଏବଂ ଆୟୋଜକଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।
ସେହିପରି ଦ୍ୱିତୀୟ ନାଟକ ‘ପ୍ଳୀଟି ‘ ତୈଲ ବିଶୋଧନାଗାର  ପ୍ରଦର୍ଶନୀ କକ୍ଷରେ ମଞ୍ଚସ୍ଥ ହୋଇଥିଲା । ମଞ୍ଚରେ ବହୁ ନାଟକ ପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଥିଲା । ଉତ୍ସାଦ ବିସମିଲା ଖାନ୍ ସମ୍ମାନିତ ନାଟ୍ୟ ନିର୍ଦ୍ଦେଶକ ଗଗନ ମିଶ୍ର ଏହି ନାଟକର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ୯୦ ମିନିଟ ଅବଧୀର ଏହି ନାଟକରେ ଅଭିନୟ କରିଥିଲେ ରାଜସ୍ଥାନ ଜୟପୁରର କ୍ୟୁରିଓ ଅନୁଷ୍ଠାନର କଳାକାର । ପ୍ରେମ କଣ? ପ୍ରେମର ସଂଜ୍ଞା କଣ ? ପ୍ରେମ ଯଦି ଏକ ଏକ୍ସପ୍ରେସନ ତେବେ ଏହାକୁ ଏକ୍ସପ୍ରେସ ବା ଭାବ ବିନିମୟ କେମିତି କରିବେ ? ଯଦି ପ୍ରେମକୁ ଏକ୍ସପ୍ରେସ ନ କରିବେ ତେବେ କିଏ କେମିତି ଆପଣଙ୍କ ଭଲ ପାଇବାକୁ ବୁଝି ପାରିବ ? ଏଭଳି ଏକ ଲଭ୍ ଓ ରୋମାନ୍ସ କଥାବସ୍ତୁକୁ ନେଇ ନାଟକର କାହାଣୀ ଚାଲିଥିଲା ।
ଏଥିରେ ବିଶାଲ ଭଟ୍ଟ, ପ୍ରିୟଦର୍ଶିନୀ ମିଶ୍ର, ଅଭିଶେକ ଝଙ୍କାଲ, ମହମ୍ମଦ ଅଲ୍ଲୀ ଏବଂ ନିଜେ ଗଗନ ମିଶ୍ର ଅଭିନୟ କରିଥିଲେ ।  ସଂଗୀତରେ ପ୍ରିୟଦର୍ଶିନୀ ମିଶ୍ର ରହିଥିବା ବେଳେ ଅଭିଶେକ ଝଙ୍କାଲ ଏବଂ ମହମ୍ମଦ ମଞ୍ଚ ସଜେଇ ଥିଲେ ।

Leave A Reply