Odisha news

କରୋନା ଟେଷ୍ଟ ପରେ ଦଳକୁ ଫେରିଲେ ପାକ୍‌ କ୍ରିକେଟର୍‌

0

ଲଣ୍ଡନ, ୧୬ା୭ (ଏଜେନ୍ସି) : ପାକିସ୍ତାନ କି୍ରକେଟର୍‌ଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି । ତେଣୁ ଦଳକୁ ପାକିସ୍ତାନ କ୍ରିକେଟର୍‌ ଫେରିଥିବା ଇଂଲଣ୍ଡ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ନିକଟରେ କିଛି ପାକିସ୍ତାନୀ କ୍ରିକେଟର୍‌ଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିଲା । ଏଣୁ ସେମାନେ ଏକାନ୍ତବାସରେ ଥିଲେ । ଦ୍ୱିତୀୟ ପର୍ଯ୍ୟାୟ କରୋନା ଟେଷ୍ଟରେ ଦୁଇଜଣ କି୍ରକେଟର୍‌ଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଏଦୃଷ୍ଟିରୁ ସେମାନଙ୍କୁ ଅନ୍ୟ ଖେଳାଳିଙ୍କ ସହ ମିଶିବାର ସୁଯୋଗ
ଦିଆଯାଇଛି । ଗତମାସ ପାକିସ୍ତାନ ଖେଳାଳି ଇଂଲଣ୍ଡ ଯାଇଥିଲେ । ଆଗକୁ ଉଭୟ ଦଳ ମଧ୍ୟ ୩ଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳାଯିବ ।

Leave A Reply