ଭୁବନେଶ୍ୱର, ୬ା୮ : ଆଗାମୀ ହିରୋ ଇଣ୍ଡିଆନ୍ ସୁପର୍ଲିଗ୍ର ସପ୍ତମ ସଂସ୍କରଣ ପାଇଁ ଭୁବନେଶ୍ୱରର ଓଡ଼ିଶା ଏଫ୍ସି ଦଳ ସଜବାଜ ଜାରି ରଖିଛି । ଗୁରୁବାର ଓଡ଼ିଶା ଏଫ୍ସି ରୋଜେରିଓ ରାମୋସଙ୍କ ସହ ଚୁକ୍ତି କରିଛି । ରାମୋସ ଆଗାମୀ ୨ବର୍ଷ ପାଇଁ ଓଡ଼ିଶା ଏଫ୍ସିର ଗୋଲ୍କିପିଂ କୋଚ୍ ଦାୟିତ୍ୱ ତୁଲାଇବେ । ଭାରତୀୟ ଜାତୀୟ ଦଳର ପୂର୍ବତନ ଗୋଲ୍କିପିଂ କୋଚ୍ ଭାବେ ରାମୋସ କାର୍ଯ୍ୟ
ତୁଲାଇ ଥିଲେ । କେବଳ ଜାତୀୟ ଦଳ ନୁହେଁ, ବିଭିନ୍ନ ବୟସ ବର୍ଗରେ ରାମୋସଙ୍କ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ରହିଛି । ଏହି ବ୍ରାଜିଲ୍ ଫୁଟ୍ବଲର୍ ଜଣଙ୍କ ସୁଦାନ ଜାତୀୟ ଦଳର ଗୋଲ୍କିପିଂ କୋଚ୍ ଥିଲେ । ୪୬ ବର୍ଷୀୟ ରାମୋସ ବିଶ୍ୱସ୍ତରର ପରିଚିତ କ୍ଲବ୍ ଇସି ସାଣ୍ଟୋ ଆନ୍ଦ୍ରେ ଏସ୍ପି ଏବଂ ଇସିନୋଭୋ ହାମ୍ବୁର୍ଗୋ ଆର୍ଏସ୍ (ବ୍ରାଜିଲ୍), ମହିନ୍ଦ୍ରା ୟୁନାଇଟେଡ, ଭାସ୍କୋ ସ୍ପୋର୍ଟ୍ସ କ୍ଲବ୍ (ଭାରତ), ଦକ୍ଷିଣ କୋରିଆର ୟଙ୍ଗ ଇନ୍ ଏକାଡେମୀ ଏବଂ ସାଇପ୍ରସ୍ର ଏନ୍ଇଏ ସଲାମିନ ସହ କାର୍ଯ୍ୟ କରିଛନ୍ତି ।
Next Post