Odisha news

ଲଖନା ସରପଞ୍ଚ ନିଳମ୍ବିତ 

0
ନୂଆପଡ଼ା – ୮/୪ (ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର ଠାକୁର ଙ୍କୁ ରାଜ୍ୟ ସରକାର ନିଳମ୍ବନ କରିଥିବା ଜଣାପଡିଛି।ଉକ୍ତ ଗ୍ରାମପଞ୍ଚାୟତ କୁ ନୂଆପଡା ଜିଲ୍ଳା ପରିଷଦ ର ଅତିରିକ୍ତ ନିର୍ବାହୀ ଅଧିକାରୀ ଯୋଗେଶ୍ୱର ଭୋଇ ଓ ଜିଲ୍ଳା ପଞ୍ଚାୟତ ଅଧିକାରୀ ଯୁଗ୍ମ ପରିଦର୍ଶନ ରେ ଯାଇ ସମୀକ୍ଷା ବେଳେ ସରପଞ୍ଚ ଙ୍କ ଦ୍ୱାରା ଗ୍ରାମ ପାଣ୍ଠି ରୁ  ୮୧୦୦୦/- ଟଙ୍କା ଆତ୍ମସାତ କରିଥିବା ଜାଣିବାକୁ ପାଇଥିଲେ ଓ ଜିଲ୍ଲାପାଳ ଙ୍କ ଦୃଷ୍ଟି କୁ ନେଇଥିଲେ। ଏହା ପୂର୍ବରୁ ସରପଞ୍ଚ ଉକ୍ତ ଗ୍ରାମପଞ୍ଚାୟତ ର ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବୋମା ଫୁଟେଇ ମାରିବାକୁ ଫୋନ୍ ରେ ଧମକ ଦେଇଥିବା ନେଇ ସମ୍ପୃକ୍ତା ପି. ଇ.ଓ ଜିଲ୍ଳା ପ୍ରଶାସନ କୁ ଲିଖିତ ଭାବେ ଜଣେଇଥିଲେ। ଏ ସବୁ ଘଟଣା ଯୋଗୁଁ ଜିଲ୍ଲାପାଳ ସରପଞ୍ଚ ଙ୍କୁ ନିଲମ୍ବନ କରାଯିବାକୁ ରାଜ୍ୟସରକାର ଙ୍କ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଧେଶକ ଙ୍କୁ ସୁପାରିଶ କରିଥିଲେ। ରାଜ୍ୟସରକାର ଉକ୍ତ ସୁପାରିଶ ଆଧାରରେ ଆଦେଶ ପତ୍ର ସଂଖ୍ୟା- ୯୨୩୯ ତାରିଖ ୭ ଏପ୍ରିଲ ୨୦୨୫ କ୍ରମେ ତାଙ୍କୁ ନିଲମ୍ବନ କରିଥିବା ଜଣା ପଡିଛି। ଅପରପକ୍ଷେ ଉକ୍ତ ପଞ୍ଚାୟତ ର ୱାର୍ଡ ସଭ୍ୟସଭ୍ୟା ମାନଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ଓଡିଶା ଉଚ୍ଚନ୍ୟାୟାଳୟ ର ମଧ୍ୟ ବର୍ତ୍ତିକାଳୀନ ଆଦେଶ ବଳରେ ଅନାସ୍ଥା ଫଳାଫଳ ଘୋଷଣା ସ୍ଥଗିତ ରହିଥିବା ଜଣାପଡିଛି।
Leave A Reply