Odisha news

କଳା, ସାହିତ୍ଯ, ସଂସ୍କୃତି ମିଳନର ପର୍ବ ଉଦନ୍ତୀ ମହୋତ୍ସବ ଉଦଘାଟିତ

0
ନୂଆପଡ଼ା(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଆଜି ଠାରେ କଳା, ସାହିତ୍ଯ, ସଂସ୍କୃତିର ମିଳନର ପର୍ବ ଉଦନ୍ତୀ ମହୋତ୍ସବର ବିଂଶତମ ସଂସ୍କରଣ ଉଦଘାଟିତ ହୋଇ ଯାଇଛି l ଆଜି ଅପରାହ୍ଣରେ ସ୍ଥାନୀୟ ଦୁର୍ଗା ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ମହୋତ୍ସବ ପଡ଼ିଆରେ ପହଞ୍ଚିଲା ପରେ ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲାପାଲ ମଧୁସୂଦନ ଦାସ ଏହାର ଉଦଘାଟନ ଘୋଷଣା କରିଥିଲେ l  ମହୋତ୍ସବ ସଭାପତି ବୈଷ୍ଣବ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ଖଡିଆଳ ଡିଏଫଓ ଆଜୀଜ୍ ଖାଁ, ସିନାପାଲି ବ୍ଲକ ର ଦୁଇ ଜିଲ୍ଲା ପରିଷଦ ସଦସ୍ଯା ଆଶା ଜୈନ, ପୁଷ୍ପାଞ୍ଜଳି ଗୁଆଲ, ସ୍ଥାନୀୟ ସମିତି ସଭ୍ୟ ମନୀଷ କୁମାର ପଟେଲ, ସରପଞ୍ଚ ସୁନୀତା ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ l ପରେ ଶଶୀଭୂଷଣ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାନ୍ଧ୍ୟକାଳୀନ ସଭାରେ   ମୁଖ୍ୟ ଅତିଥି ଭାବରେ ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ଓ ସମ୍ମାନିତ ଅତିଥି ଭାବରେ ବିଇଓ ଯତିଂଦ୍ର କୁମାର ସେଠ ଯୋଗଦେଇ ଥିଲେ l  ଗୌତମ ମେହେର ଅତିଥି ମାନଂକୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ ରବୀନ୍ଦ୍ର ନାଥ ଯୋଷୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଚୂଡ଼ାମଣି ମେହେରଙ୍କ ନିର୍ଦ୍ଦେଶନା ଓ ଏସଏସକେପିର ସହଯୋଗରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ  କରିଥିଲେ । ନୀଲାଂଚଳ ମେହେର ବିବରଣୀ ପାଠ କରିଥିଲେ । ଏହି ଅବସରରେ ସିନାପାଲି ବ୍ଲକର ପ୍ରଥମ ଓଏଏସ ହୃଦାନନ୍ଦ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଏହାକୁ ଶିବପ୍ରସାଦ ମେହେର ପରିଚାଳନା କରିଥିଲେ । ସନ୍ତୋଷ ବାଗ ମାନପତ୍ର ପଠନ କରିଥିଲେ । ହରେକୃଷ୍ଣ ମେହେର ପୁରସ୍କାର ବିତରଣ ପରିଚାଳନା କରିଥିଲେ । ଶେଷରେ ଦିବ୍ଯରଂଜନ ନାଏକ ଧନ୍ଯବାଦ ଦେଇଥିଲେ । ଏହି ଉପଲକ୍ଷେ ସିନାପାଲିର ବିଭିନ୍ନ ଛକରେ ସେଓ ଖିଆ, ଝୋଟି, ହୁଳହୁଳି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରାରେ ପାରମ୍ଫରିକ ସାଂସ୍କୃତିକ ଦଳ ଗୁଡ଼ିକ ଭାଗ ନେଇଥିବା ବେଳେ ମହୋତ୍ସବ ମଂଚରେ ଜିଲ୍ଲା ଓ ଜିଲ୍ଲା ବାହାରର ସୁନାମଧନ୍ଯ ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରଯାଇଥିଲା l
Leave A Reply